No Result
View All Result
ବାଲିପାଟଣା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ, ବନମାଳୀପୁରର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ ୱାନ ଲାଭ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ର ନାଥ ସାହୁଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ଗୋଷ୍ଠି ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉଚିତ୍ ମାର୍ଗ ପ୍ରଦର୍ଶନ କଲେ ସେମାନେ ନିଶ୍ଚୟ ସଫଳତା ହାସଲ କରିବେ ବୋଲି କହିଥିଲେ ।

ଏଥିରେ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ବାଲିପାଟଣା ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଶି ଭୂଷଣ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚୌଧୁରୀ ଦ୍ଵାରକାନାଥ ଦାସ,ସମାଜସେବୀ ନାରାୟଣ ଖୁଣ୍ଟିଆ,ମାଗୁଣି ଚରଣ ସେଠୀ,ଗିରିଶ ପ୍ରଧାନ,ପ୍ରଶାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଅରୁଣ ଶତପଥୀ, ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶିବପ୍ରସାଦ ଶତପଥୀ,ବିନୋଦ କୁମାର ଭୋଇ, ଅନୁଷ୍ଠାନର ଅଧ୍ୟକ୍ଷା ଶୈଳବାଳା ମିକାପ,

ଦୈତାରି ମାଣିକ ପ୍ରମୁଖ ଯୋଗଦେଇ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ, ଜିଲ୍ଲାରେ ପ୍ରଥମ ହୋଇଥିବା ଅଂଶୁମାନ ଦାସ,ବ୍ଲକରେ ପ୍ରଥମ ଶାନ୍ତନୁ ତ୍ରିପାଠୀ,ଶୁଭଶ୍ରୀ ପ୍ରଧାନ,ଶୁଭମ୍ ପ୍ରଧାନ,ଶୁଭ୍ରଜିତ୍ ସାହୁ,ଆଶୁତୋଷ ସାହୁ,ପ୍ରତ୍ୟାଶା ବିଶ୍ବାଳ, ଆଦ୍ୟାଶା ପ୍ରିୟଦର୍ଶିନୀ ଦେଠୀ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସୁଜାତା ଦାଶ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଦୀପ କୁମାର ପାତ୍ର,ପ୍ରତାପ ବେହେରା,ଉମେଶ ସାହୁ,ଟୁଲୁ ସାହୁ,ବିଜୟ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result