ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ ହୋଇଥିଲା। ମାନବବାଦି ସମାଜସେବକ ଜନ୍ ହେନେରୀ ଡ୍ୟୁରାଣ୍ଟ ଙ୍କ ସମ୍ମାନରେ ତାଙ୍କ ଜନ୍ମଦିବସରେ ପ୍ରତି ବର୍ଷ ମଇ ଆଠ ତାରିଖରେ ବିଶ୍ବ ରେଡ କ୍ରସ୍ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନ୍ନାଗା ମହୋଦୟ ରେଡ କ୍ରସ୍ ସଂଗଠନ ର ମହତ୍ତ୍ଵ ଓ ସମାଜର ପୁନରୁଦ୍ଧାର ରେ ତା’ର ଭୂମିକା ବିଷୟରେ ସୁନ୍ଦର ଅଭିଭାଷଣ ପ୍ରସ୍ତୁତ କରି କହିଥିଲେ “ଆଜିର ଏହି ଯୁଦ୍ଧ ବିଭୀଷିକା ଦୁନିଆ ମଧ୍ୟରେ ରେଡ୍ କ୍ରସ ଶତ୍ରୁ-ମିତ୍ର ର ଭେଦଭାବରୁ ଉର୍ଦ୍ଧ୍ଵ କୁ ଯାଇ ମାନବ କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟରତ ।” ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବାନନ୍ଦ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।















