ପାରଳାଖେମୁଣ୍ଡି ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନିକଟରେ ପ୍ରକାଶ ପାଇଥିବା ଚଳିତ ବର୍ଷର ଦଶମ ପରୀକ୍ଷା ଫଳ।ଏଥର ଗଜପତି ଜିଲ୍ଲାର ପାସହାର ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗଜପତି ଜିଲ୍ଲାରେ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୧ଟି ବିଦ୍ୟାଳୟର ୮୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ ସେଥ୍ ମଧ୍ୟରୁ ୩୯୩୮ ଛାତ୍ର, ୩୯୮୮ ଛାତ୍ରୀ I 11 ଅନୁପସ୍ଥିତ ପରୀକ୍ଷାର୍ଥୀ ଙ୍କ
ସଂଖ୍ୟା୧୩୪ଜଣ । ୭୯୨୭ଜଣ ପିଲା ପାସ କରିଛନ୍ତି ।
ସେଥ୍ ମଧ୍ୟରୁ A1 ଗ୍ରେଡରେ ୬ଜଣ, A2 ଗ୍ରେଡରେ ୩୯୫ଜଣ, B1 ଗ୍ରେଡରେ ୧୭୯୫ ଜଣ B2 ଗ୍ରେଡରେ ୨୩୭୩ଜଣ C ଗ୍ରେଡରେ ୨୦୪୬ ଜଣ D 1 ଗ୍ରେଡରେ ୧୧୩୨ ଜଣ, E ଗ୍ରେଡରେ ୧୮୦ ଜଣ ।ଗଜପତି ଜିଲ୍ଲା ର ୬ ଗୋଟି ବିଦ୍ୟାଳୟ ଛାତ୍ର ଛାତ୍ରୀ A1 6 ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଯଥା :- ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ ସରକାରୀ ୟୁ.ଜି. ହାଇସ୍କୁଲ ସମ୍ବଲପୁର ସରକାରୀ ୟୁ.ଜି. ହାଇସ୍କୁଲ ଗୋଠକେଳି,
ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁସକୁଡି , ରଣ୍ଡିଭା ହାଇସ୍କୁଲ , ରଣ୍ଡିଭା ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ ସୁଣ୍ଡୁରୁବା । ପୁନର୍ବାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖୁଥିବାରୁ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନଗା ଓ ଜିଲ୍ଲା ଶିକ୍ଷା ଅଧୂକାରୀ ଡ. ମାୟାଧର ସାହୁ ସମସ୍ତ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।














