ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍)(ନି.ପ୍ର) :- ଗଂଜେଇ କାରବାର କୁ ଲୁପ୍ତ କରିବା ପ୍ରୟାସ ଜାରି ରଖିଛି ରା, ଉଦୟଗିରି SDPO ଶ୍ରୀ ରାକେଶ ସାହୁ, IPSଙ୍କ ନେତୃତ୍ୱରେ, ଅଡବା ଥାନା ଓ ମୋହନା ଥାନାର ପୁଲିସ କର୍ମଚାରୀମାନେ ଆନ୍ତରଭା ଗର୍ଲ୍ସ ହାଇସ୍କୁଲ୍ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏକ ବିଶେଷ ଚଢ଼ାଉ କାର୍ଯ୍ୟଚାରଣ କରିଥିଲେ ।

ଏହି ଅଭିଯାନ ସମୟରେ ବ୍ୟାପକ ପରିମାଣର ଅବୈଧ ଗଞ୍ଜେଇ ଜବତ କରାଯାଇଛି । ମୋଟ 80ଟି ପ୍ଲାଷ୍ଟିକ ବୋରୀରେ ପ୍ରାୟ 2002 କିଲୋଗ୍ରାମ (2 ମେଟ୍ରିକ ଟନ୍ରୁ ଅଧିକ) ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ₹2 କୋଟିରୁ ଅଧିକ ।

ହେବ ବୋଲି କହିଛନ୍ତି ଏସ ଡ଼ି ପି ଓ ଏହି ସମ୍ବନ୍ଧରେ ଅଡବା ଥାନାରେ କେସ୍ ନମ୍ବର 91/2026 ରେ ମାମଲା ରୁଜୁ କରାଯାଇଛି। ଅବୈଧ ଚୋରାଚାଳାନା କଳା ଜହର ସହିତ ଜଡିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି ପୋଲିସ ଅଧିକାରୀ l














