ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମଧ୍ୟପ୍ରାଚୀ ଯୁଦ୍ଧ ପ୍ରଭାବରେ ରାଜ୍ୟରେ ଏଲ୍.ପି.ଜି. ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି । ବଡ଼ ଦୁଃଖ ଓ ପରିତାପର ବିଷୟ ଉପଭୋକ୍ତାମାନେ ବୁକିଙ୍ଗ୍ କରି ମାସ ମାସ ଧରି ରନ୍ଧନଗ୍ୟାସ ପାଉନାହାନ୍ତି । ବ୍ୟାପକ ପରିମାଣରେ ଗ୍ୟାସ୍ କଳାବଜାରୀ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ମୁନାଫାଖୋର କଳାବଜାରୀକାରୀ ଗ୍ୟାସ୍ ସିଲିଣ୍ଡର ପିଛା ୩୦୦୦ ଟଙ୍କା କରି ନେଇ ମାଲେମାଲ୍ ହୋଇଥିବାବେଳେ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ମଝିରେ ମଝିରେ ବିଳିବିଳି ହୋଇ ଉଠିପଡ଼ି ଖାଲିଥିବା ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ଫଟୋ ଉଠାଇ ଖବରକାଗଜରେ ଛାପି ବାହାଦୂରୀ ନେଇ ସରକାରଙ୍କର ଗେହ୍ଲାପୁଅ ସାଜିଛନ୍ତି ଏବଂ ଗ୍ୟାସ୍ କମ୍ପାନୀ ଡିଲରମାନେ କମ୍ପାନୀ ଗାଡ଼ିରେ ଗ୍ୟାସ୍ ବୋହିନେଇ ଚୋରା ବ୍ୟବସାୟୀମାନଙ୍କୁ ଚାଲାଣ କରି ଭଲଭାବେ ହାତ ଚିକ୍କଣ କରୁଛନ୍ତି ।

କଳାବଜାରୀ ରୋକିବା ପାଇଁ ସବୁ ପ୍ରଚେଷ୍ଟା କରାଯାଇଛି ବୋଲି ଯୋଗାଣ ବିଭାଗ ଡିଣ୍ଡିମ ପିଟୁଛନ୍ତି । ଫଳ କିନ୍ତୁ ଶୂନ । ସରକାର କହୁଛନ୍ତି ରନ୍ଧନ ଗ୍ୟାସର ସମସ୍ୟା ନାହିଁ । କମ୍ପାନୀ କହୁଛି ପ୍ରବଳ ଗ୍ୟାସ ଆମ ପାଖରେ ମହଜୁଦ୍ ଅଛି । ଚାରି ଦିନ ଭିତରେ ଗ୍ୟାସ୍ ଯୋଗାଇ ଦିଆଯାଉଛି । ଗ୍ୟାସ୍ ଏଜେନ୍ସି ଗୋଦାମ ଆଗରେ ଉପଭୋକ୍ତାମାନେ ଖରାରେ ଲମ୍ବା ଧାଡ଼ି ଲଗାଇ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଛି । ବୁକିଂ ସହ ଟଙ୍କ ଜମା କରି ଓ.ଟି.ପି. ଆସିବାର ୧୫ଦିନ ବିତିଗଲେ ମଧ୍ୟ ଉପଭୋକ୍ତାଙ୍କୁ ଗ୍ୟାସ ମିଳିପାରୁନାହିଁ । ଉପଭୋକ୍ତାମାନଙ୍କର ଫୋନ୍ ମଧ୍ୟ ଏଜେନ୍ସି ମାନେ ରିସିଭ୍ କରୁନାହାନ୍ତି । ଯଦି ବାଇଚାନ୍ସ ଫୋନ୍ ଲାଗିଗଲା ଉତ୍ତର ମିଳେ, ଗ୍ୟାସ ଡେଲିଭରି ହେଉଛି ।

ଏଭଳି ଭାବେ ଉପଭୋକ୍ତାମାନଙ୍କ ସହିତ ଲୁଚକାଳି ଖେଳି ଦିନ ଗଡ଼ାଇବା କେତେଦୂର ଯଥାର୍ଥ ? ଶିକ୍ଷାନୁଷ୍ଠାନରେ ମଧ୍ୟ ମଧ୍ୟାହ୍ନଭୋଜନରେ ଘୋର ଅବ୍ୟବସ୍ଥା । ଗ୍ୟାସ ବ୍ୟବହାର ଯୋଗାଣ ପାଇଁ କଡ଼ା ନିୟମ ଥିବାବେଳେ ଗ୍ୟାସଗୁଡ଼ିକୁ କର୍ମକର୍ତ୍ତାମାନେ ନିଜ କାମରେ ଲଗାଇ ରୋଷେୟାମାନଙ୍କୁ କାଠ କୋଇଲାରେ ବ୍ୟବସ୍ଥା କରିଛନ୍ତି । ସବୁଠାରୁ ବଡ଼ ଦୟନୀୟ ଭାବେ ଛାତ୍ରଛାତ୍ରୀମାନେ ୫ କେ.ଜି. ଗ୍ୟାସ୍ ଚୁଲା ବ୍ୟବହାର କରୁଥିବା ବେଳେ ଘୋର ସଙ୍କଟରେ ପଡ଼ି ଓଳିଏ ଖାଇ ଓଳିଏ ଉପାସ ମଧ୍ୟ ରହି ହଜାର ହଜାର ଛାତ୍ରଛାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଗତ ମାସରେ ସରକାର ପେଟ୍ରୋଲ ଟାଙ୍କିରେ ୫ କେ.ଜି ସିଲିଣ୍ଡର ଟାଙ୍କି ମିଳିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେଟ୍ରୋଲ୍ ଟାଙ୍କିରେ ଗ୍ୟାସ୍ ମିଳୁନାହିଁ ।

ଗ୍ୟାସ ଦର ମଧ୍ୟ ବୃଦ୍ଧି କରିଛନ୍ତି । ଉପଭୋକ୍ତାମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ଏବଂ ହନ୍ତସନ୍ତ ହେଉଥିବା ବେଳେ ସରକାର ଫମ୍ପା ବିବୃତିମାନ ଦେଇ ଯୋଗାଣ ବିଭାଗକୁ ହାଲୁକା ଭାବେ ବ୍ୟବହାର କରୁଛନ୍ତି । ଯୋଗାଣ ବିଭାଗ ନିଜର ବାହାଦୂରୀ ପାଇଁ କେତେକ ଖୁଚୁରା ବ୍ୟବସାୟୀଙ୍କର ଖାଲିଥିବା ସିଲିଣ୍ଡର ଗୁଡ଼ିକୁ ଫଟୋ ଉଠାଇ ମିଡ଼ିଆ ମାନଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରି ସରକାରଙ୍କର ଗେହ୍ଲା ପୁଅ ସାଜିଛନ୍ତି । ବେଳକୁ ବେଳ ପରିସ୍ଥିତି ଅଣଆୟତ୍ତ । ସୁଧୁରୀ ନପାରି କଳା ବଜାରୀମାନଙ୍କୁ ପ୍ରୋତ୍ସାହିତ କରାଯାଇ ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଉଛି ।

ଆଉ ଏଣିକି ବରଦାସ୍ତ କରାଯିବ ନାହିଁ । ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଭୟଙ୍କର ଭାବେ ଆନ୍ଦୋଳନ କରିବେ ବୋଲି ରାଜ୍ୟ ମହାସଂଘର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା ସରକାରଙ୍କ ନିକଟରେ ଦାବି କରିଛନ୍ତି । କେତେଦିନ ଏ ବ୍ୟବସ୍ଥାରେ ଉପଭୋକ୍ତାମାନେ ରହିବେ ଏବଂ କଳାବଜାରୀକାରୀଙ୍କୁ ରୋକାଯାଇ ପାରିବ ଆଉ ଏଣିକି ବରଦାସ୍ତ କରାଯିବ ନାହିଁ ବୋଲି ଉପଭୋକ୍ତା ମହାସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା ଦୃଢ ଭାବେ ଦାବି କରିଛନ୍ତି ।