ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ସୋମବାର ସନ୍ଧ୍ୟା ରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ ନଗର ବିଜେପି ପକ୍ଷରୁ ଆତାସବାଜି ଫୁଟାଇ ସ୍ୱାଗତ କରିବା ସହ ଅଞ୍ଚଳ ବାସୀଙ୍କୁ ଝାଲ ମୁଢି ଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇଥିଲେ l















