ଏବେ ଏହି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଆର.ଉଦୟଗିରିର ଏସଡିପିଓ ରାକେଶ କୁମାର ସାହୁ ।
ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗାଁ ଗାଁରେ ନିଜର ନେଟୱର୍କ ବିଛାଇ ଚଢ଼ାଉ କରୁଛନ୍ତି। ୪ ମାସ ମଧ୍ୟରେ ପାଖାପାଖି ୧୬ ଟନ୍ ଗଞ୍ଜେଇ ଏସଡିପିଓଙ୍କ ତତ୍ତ୍ବାବଧାନରେ ଜବତ ହୋଇସାରିଲାଣି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କାରୁ ଅଧିକ ହେବ ।
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି ଜିଲ୍ଲା । ଯେତେ ଜବତ ହେଲେ ବି ଶେଷ ହେଉନି ନିଶା କାରବାର। ଜଙ୍ଗଲ ଭିତରେ ମାଟି ତଳୁ ଖୋଳି ବାହାର କରାଯାଉଛି କୋଟି କୋଟି ଟଙ୍କାର ଗଞ୍ଜେଇ । ଗଜପତି ଜିଲ୍ଲା ନୂଆଗଡ଼ ଓ ମୋହନା ବ୍ଲକର ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳ ।

ଯେଉଁଠି ପାଦ ଦେବା ମୁସ୍କିଲ, ସେଠି ଚାଲିଛି କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ । ପ୍ରତିବର୍ଷ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ ହେକ୍ଟର ହେକ୍ଟର ଗଞ୍ଜେଇ ଗଛ କଟାଯାଉଛି, କିନ୍ତୁ ମାଫିଆଙ୍କୁ ରୋକିପାରୁନି ପୁଲିସ୍ । ବିଶେଷ କରି ଜିଲ୍ଲାର ଆର. ଉଦୟଗିରି ଓ ଅଡ଼ବା ଥାନା ଅଞ୍ଚଳ ଏବେ ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ ସାଜିଛି ।
କିନ୍ତୁ ଏବେ ଏହି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଆର.ଉଦୟଗିରିର ନୂଆ ଏସଡିପିଓ ରାକେଶ କୁମାର ସାହୁ । ଗାଁ ଗାଁରେ ନିଜର ନେଟୱର୍କ ବିଛାଇ ଚଢ଼ାଉ କରୁଛନ୍ତି । ୪ ମାସ ମଧ୍ୟରେ ପାଖାପାଖି ୧୬ ଟନ୍ ଗଞ୍ଜେଇ ଏସଡିପିଓଙ୍କ ତତ୍ତ୍ବାବଧାନରେ ଜବତ ହୋଇସାରିଲାଣି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କାରୁ ଅଧିକ ହେବ ।
ପୁଲିସ ନଜରରୁ ବଞ୍ଚିବାକୁ ନୂଆ ଉପାୟ ଆପଣାଇଛନ୍ତି ମାଫିଆ । ସଂରକ୍ଷିତ ଜଙ୍ଗଲ ଭିତରେ ଜରି ପାଲ ଘୋଡ଼ାଇ କିମ୍ବା ମାଟି ତଳେ ଗାତ କରି ବସ୍ତା ବସ୍ତା ଗଞ୍ଜେଇ ଲୁଚାଇ ରଖୁଛନ୍ତି । କିନ୍ତୁ ପୁଲିସର ରଣନୀତି ଆଗରେ ଫେଲ୍ ମାରୁଛି ମାଫିଆଙ୍କ ଚତୁରତା । ଗୋଟିଏ ପଟେ କଡ଼ା ଚଢ଼ାଉ ଚାଲିଥିବା ବେଳେ ଅନ୍ୟପଟେ ଗଞ୍ଜେଇ ବଦଳରେ ପରିବା ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଉଛି ପୁଲିସ । ଗଜପତି ପାଇଁ ପୁଲିସର ଏହି ଅଭିଯାନ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।














