ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗୁରୁବାର ରଥ ନିର୍ମାଣର ତୃତୀୟ ଦିନରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ୮ ଟା ପୂର୍ବରୁ ଉପସ୍ଥିତ ହୋଇ ରଥ ନିର୍ମାଣ କର୍ଯ୍ୟ ଆରମ୍ଭ କରିଥିଲେ l ଗୁରୁବାର
ସୁଦ୍ଧା ତିନରଥ ପାଇଁ ଆବଶ୍ୟକ ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ ଗୋଟି ତୁମ୍ବ ମାପ ପ୍ରକାରେ ଗଡ କରି କରତୀ ସେବକ ମାନେ ତିନି ରଥ ଚାଳିକୁ ୭ ଟି ଲେଖାଏଁ ଯୋଗାଇ ଦେଇଛନ୍ତି । ଉକ୍ତ ତୁମ୍ବ ଗଡ ଗୁଡିକରୁ ତିନି ରଥ ମହାରଣା ସେବକ ମାନେ ଆଜିସୁଦ୍ଧା ୧୦ ଗୋଟି ତୁମ୍ବ ଗଡକୁ ବାରିଶୀ ରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି ।

ଆଜିସୁଦ୍ଧା ତାଳଧ୍ଵଜ ରଥ ଚାଳିକୁ ଯୋଗାଇଦିଆଯାଇଥିବା ମୋଟ ୭ ଗୋଟି ତୁମ୍ବ ଗଡରୁ ନିର୍ମାଣକାରୀ ସେବକ ମାନେ ୪ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ କରି ଆଉ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି l ସେହିପରି ଆଜିସୁଦ୍ଧା ଦେବୀ ରଥର ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ଗଡ ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଦେବୀ ରଥ ମହାରଣା ସେବକ ମାନେ ଶେଷ କରି ଅନ୍ୟ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି । ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ତୁମ୍ବ ଗଡ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବାସହ , ଆଉ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।
ଦୋଳବେଦୀ ରେ ଅସ୍ଥାୟୀ କମାର ଶାଳରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ ନିମନ୍ତେ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତି ସହ ଶାଳ ପୂଜା ଗତକାଲି ଶେଷ ହେବାପରେ ଶୁଭ ଦେଇ ଅନୁକୂଳ ଅରକଣ୍ଟା ନିର୍ମାଣ ଆରମ୍ଭ କରିଥିଲେ l ଆଜି ତିନିରଥର ଅରକଣ୍ଟା ନିର୍ମାଣ ପାଇଁ ୧୦ ଏମ୍.ଏମ୍ ସାଇଜର ଲୁହାରଡ କଟିଙ୍ଗ କାର୍ଯ୍ୟ ତିନି ରଥର ଓଝା ସେବକ ମାନେ ଜାରି ରଖିବା ସହ ଅରକଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।ତିନିରଥ ମହାରଣା ସେବକ – ୨୫,ତିନିରଥ କରତୀ ସେବକ – ୪,ତିନିରଥ କମାର ସେବକ – ୬,ତିନିରଥ ଭୋଇ ସେବକ – ୧୪,ରଥଖଳା ସହାୟକ(ପାଣିବାଲା)୧ଜଣ ଏପରି ମୋଟ – ୫୦ ଜଣ ରଥଖଳା ରେ କାର୍ଯ୍ୟରତ ଥିଲେ l














