କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରୁ ଜଣେ ନବଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଆଜି ଜଣେ ଯୁବକଙ୍କୁ ପୋସ୍କୋ କୋର୍ଟ ଚାଲାଣ କରାଯାଇଥିବା ଖବର ମିଳିଛି । ଯୁବକ ଜଣକ ହେଲେ ନୂଆପଡା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଖାଇବଡି ଗାଁର ଉପେନ୍ଦ୍ର ପରାଭୁଏ (୩୫) ।

ପୁଲିସ ଦେଇଥିବା ସୁଚନା ଅନୁସାରେ ଗତ ଏପ୍ରିଲ ୬ତାରିଖ ଦିନ ତୁରେକେଲା ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିବା ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକା ଙ୍କ ପରିବାର । ତେବେ ପୁଲସି ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିବା ସହ ଆଜି ନାବାଳିକା ଙ୍କୁ ଖୋଜି ପାଇଥିଲା ।
ତେବେ ଏଥିରେ ସମ୍ପୃକ୍ତ ଥିବା ଯୁବକକୁ ମଧ୍ୟ ଗିରଫ କରାଯାଇଛି । ତଦନ୍ତ ପରେ ପୁଲିସ ଉପେନ୍ଦ୍ର ପୂର୍ବରୁ ତୁରେକେଲା ଥାନା ବଡଡକଳା ଗାଁରେ ବିବାହ କରିସାରିଛି ଓ ଦୁଇଟି ପିଲା ମଧ୍ୟ ଅଛନ୍ତି । ତେବେ ଏହି ମାମଲା ରେ ଅଭିଯୁକ୍ତ ଉପେନ୍ଦ୍ର କୁ ପୋସ୍କୋ ଧାରାରେ ବଲାଙ୍ଗୀର ପୋସ୍କୋ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ରାକେଶ ବେହେରା ।













