No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧକ୍ଷ୍ୟା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶରେ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ନୟାଗଡ ଜିଲ୍ଲାର ସମସ୍ତ ମିଡିଏଟର୍ ଆଇନଜୀବୀ ମାନଙ୍କୁ ନେଇ ମଧ୍ୟସ୍ତତା ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଅଛି । ଏହି ଶିବିରରେ ଅତିଥି ଭାବେ ସୋନାଲୀ ସରିତା, ରେଜିଷ୍ଟ୍ରାର, ଓ ରବି ନାରାୟଣ ବେହେରା, ବରିଷ୍ଠ ବିଭାଗୀୟ ବିଚାରପତି (ଏଲ ଆର ଏବଂ ଏଲ ଟି ଭି) ଯୋଗଦେଇଥିଲେ ।

ସେମାନେ ମିଡିଏଟର୍ ଆଇନଜୀବୀମାନଙ୍କୁ ମଧ୍ୟସ୍ଥତା ପ୍ରକ୍ରିୟାର ଗୁରୁତ୍ୱ, ବିବାଦ ସମାଧାନରେ ଏହାର ଭୂମିକା ଓ ନ୍ୟାୟାଳୟରେ ମାମଲା ଜମା କମେଇବାରେ ଏହାର ଉପକାରିତା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ମିଡିଏଟର୍ ମାନଙ୍କୁ ବ୍ୟବହାରିକ ଦିଗ, କେସ୍ ହାଣ୍ଡଲିଂ ଓ ସଫଳ ମଧ୍ୟସ୍ଥତା ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଏହା ସହ ମଧ୍ୟସ୍ଥତା ମାଧ୍ୟମରେ ଆଦାଲତ ବାହାରେ ବିବାଦ ସମାଧାନ କରିବା ଆଜିର ସମୟରେ ବହୁତ ଆବଶ୍ୟକ ବୋଲି ଅତିଥି ମାନେ ଉଲ୍ଲେଖ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋର୍ଟର ମିଡିଏଟର୍ ଆଇନଜୀବୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ୟାକର୍ମ କୁ ସଫଳୀକୃତ କରିବା ପାଇଁ ପ୍ରାଧିକାରଣର କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ସାହୁ, ପବନ କୁମାର ବେହେରା, ପ୍ରମିଳା ମଲିକ ଏବଂ ଅନ୍ୟ କର୍ମଚାରୀ ମାନେ କାର୍ଯକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result