No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଣାବାହାଲଠାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସୁଦକ୍ଷ ନେତୃତ୍ୱ ଓ ବଲାଙ୍ଗିର ଜିଲ୍ଲା ଭାଜପା ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅନ୍ୟ ଦଳ ପରିତ୍ୟାଗ କରି ବ୍ଲକର ୬ଜଣ ସରପଞ୍ଚଙ୍କ ସମେତ ବହୁ ସଂଖ୍ୟାରେ ଯୁବକର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ଡଙ୍ଗରପଡ଼ା ସରପଞ୍ଚ ରାମଦାସ ମହାକୁର ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ଚଣାବାହାଲ ସରପଞ୍ଚ କୁନ୍ତୀ ମେହେର ଓ ଇଚ୍ଛାପଡ଼ା ସରପଞ୍ଚ ସୁବାସିନୀ ବେହେରାଙ୍କ ସହ ସରୋଜ ମେହେର,
ଚିନ୍ତାମଣି ବେହେରାଙ୍କ ସମେତ ବହୁ ଯୁବକର୍ମୀ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ପୁରୁନ ବାଗ, ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ମଣ୍ଡଳ ସଭାପତି ରାମୁ କୁମ୍ଭାର, ସମ୍ପାଦକ ନାରାୟଣ ସାହୁ, ଗାଁରେଇ ମଣ୍ତଳ ସଭାପତି ପ୍ରଦୀପ ବଚ୍ଛା, ହଳଦୀ ମଣ୍ତଳ ସଭାପତି ସୁବାଷ ପୋଢ଼, ମୁରିବାହାଲ ମଣ୍ତଳ କୃଷକ ମୋର୍ଚ୍ଚା ସଭାପତି କୁଞ୍ଜବନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।

No Result
View All Result