ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଆ ମାନଙ୍କର ନୂଆ ବର୍ଷ ଭାବେ ବିଷୁବ ସଂକ୍ରାନ୍ତି କୁ ପ୍ରତିଟି ଘରେ ଘରେ ପାଳନ କରନ୍ତି l ଆଗକୁ ପ୍ରଚଣ୍ଡ ଖରା ଦାଉରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଂକ୍ରାନ୍ତି ଦିନଠାରୁ ପଣା ପାଣି ର ମଧ୍ୟ ବ୍ୟବସ୍ତା କରାଯାଇଛି l ଏହି ଦିନଟିକୁ କବି ଓ ସାହିତ୍ୟିକ ମାନେ ପାଳନକରି ସମାଜକୁ ସେହିବାର୍ତ୍ତା ପ୍ରଦାନ କରିଥାନ୍ତି l

ଯାହା ଅଂଶୁ ଘାତରୁ ମଣିଷ ରକ୍ଷା ପାଇଥାଏ ବୋଲି ରବିବାର ଦଳାଇଘାଇ ସ୍ଥିତ ଆଷାଢ଼ ସାହିତ୍ୟିକ ସଂସଦର ବାର୍ଷିକ ଉଚ୍ଛବରେ ବକ୍ତାମାନେ ମତ୍ତ ଦେଇଛନ୍ତି l ମହାପୁରୁଷ ପଞ୍ଚସଖା ଙ୍କ ଧ୍ୟାନପୀଠ ଧ୍ୟାନକୁଦ ପୀଠରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଗୀତିକବି ବାମଦେବ ସ୍ୱାଇଁ l ଉଦ୍ଘାଟନ କରିଥିଲେ ବାବା ଅରକ୍ଷିତ ଦାସ ମହାରାଜ l

ଵରେଣ୍ୟ ଅତିଥିତି ଭାବେ ଉତ୍କଳ ସାହିତ୍ୟ ସମାଜର ବ୍ରହ୍ମl ନନ୍ଦ ବିଶ୍ୱାଳ, ଗୀତିକବି ବାବାଜୀ ଚରଣ ଜେନା, ଡ଼ଃ ବସୁମତୀ ଶତପଥୀ, କବି ଶ୍ରୀଗୋବିନ୍ଦ ଓ ଡା କମଳାକାନ୍ତ ନାୟକ ଯୋଗ ଦେଇ ଉପରୋକ୍ତ ମତ୍ତ ଦେଇଥିଲେ l ସଂସଦର ସଭାପତି କବି ପିତାମ୍ବର ମହାପାତ୍ର ଅତିଥିତି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପଣ୍ଡିତ ଗୁରୁ ପ୍ରଦାଦ ରଥ ବେଦପାଠ କରିଥିଲେ l














