No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଲ କ୍ଳଷ୍ଟରର ଷୋହଳଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ଜରୁରୀ ସମୀକ୍ଷା ବୈଠକ ଚଟୁଅନକା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।କ୍ଳଷ୍ଟରରେ ନବ ନିଯୁକ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସମୀକ୍ଷା ବୈଠକରେ ଚଳିତ ଶିକ୍ଷାବର୍ଷ ପାଇଁ କେଉଁ କେଉଁ କାମ ହାତକୁ ନେବା ତାହାରି ଉପରେ ଆଲୋଚନା କରିଥିଲେ।ଚଳିତ ମାସ ଚାରି ତାରିଖରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅଛି ତେଣୁ ଗ୍ରାମର ପାଞ୍ଚ ବର୍ଷ ଓ ଛଅ ବର୍ଷର ଶିଶୁ ଯେପରି ବିଦ୍ୟାଳୟରେ ନାମ ଲେଖେଇବେ ସେଥପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱ।କ୍ଷରିତ ନିମନ୍ତ୍ରଣ ପତ୍ର ଘରଘର ବୁଲି ବାଣ୍ଟିବାକୁ ଅନୁରୋଧ କରିଥିଲେ ।

ଚଳିତ ବର୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ନୂତନ ପାଠ୍ୟପୁସ୍ତକ, ପୋଷାକ, ସୁଷମା ଖାଦ୍ୟ ପାଇବା ସହିତ ଡ୍ରପ ଆଉଟ ରୋକିବା ଉପରେ ଯୋର ଦେଇଥିଲେ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଫଳାଫଳ କାଗଜପତ୍ର ଯଥାଶୀଘ୍ର ଦେବା ଓ ୪ରୁ ୧୦ତାରିଖ ବ୍ଳକର ପ୍ରତ୍ୟେକ ଗାଁକୁ ଶିକ୍ଷା ସଚେତନ ରଥ ବୁଲିବାରେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବାକୁ ଅନୁରୋଧ କରିଥିଲେ । କ୍ଳଷ୍ଟରର ବରିଷ୍ଠ ଶିକ୍ଷକ ବ୍ରଜମୋହନ ମିଶ୍ର ଓ ଦୀପ୍ତିରାଣୀ ଦାସ ଅବସର ନେଇଥିବାରୁ ସେମାନଙ୍କୁ କ୍ଳଷ୍ଟର ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ୧୦ତାରିଖରେ ଦେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଗଲା ।
ପରିଶେଷରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ହିଆଲ କ୍ଳଷ୍ଟରକୁ ଏକ ଆଦର୍ଶ କ୍ଳଷ୍ଟରରେ ପରିଣତ କରିବାକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ, ମମତା ଯୋଷୀ,ନଳିନୀ ସାହୁ, ରେଣୁକା ମହାନନ୍ଦ, ବୈଜୟନ୍ତୀ ପାଢୀ, ପୁଷ୍ପାଞ୍ଜଳି ମହାପାତ୍ର, ସାରଦା ଠାକୁର, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ଅମରକାନ୍ତ ବେହେରା,ମୃତ୍ୟୁଞ୍ଜୟ ପ୍ରଧାନ, ସୁଶାନ୍ତ ମାଝୀ, ସୌରଭ ବେହେରା, ହୃଦାନନ୍ଦ ମାଝୀ, ବିଜୟ କୁମାର ତାଣ୍ଡୀ, ଅବିନାଶ ମହାଲିଙ୍ଗ,ରାଜୋନ୍ଦ୍ର ସେଠ ଉପସ୍ଥିତ ଥିଲେ ।

No Result
View All Result