• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ହାତ ଝାଡ଼ି ବସିଛନ୍ତି ଅଧିକାରୀ : ଚାରି ଦିନ ଧରି ରାଜସ୍ୱ ଗିଳି ଦେଲେ ମାଟି ମାଫିଆ

Proprietor Abhimanyu Maharana by Proprietor Abhimanyu Maharana
April 1, 2026
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ହାତ ଝାଡ଼ି ବସିଛନ୍ତି ଅଧିକାରୀ : ଚାରି ଦିନ ଧରି ରାଜସ୍ୱ ଗିଳି ଦେଲେ ମାଟି ମାଫିଆ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ହିଞ୍ଜିଳିକାଟୁ ତହସିଲ ଅଧିନ କଞ୍ଚୁରୁ ରାଜସ୍ୱ ମଣ୍ଡଳ ସରଧାପୁର – ଶଙ୍କର ଚକ୍ଷୁ ଚିକିତ୍ସାଳୟ ରାସ୍ତା ନିକଟରୁ ଗତ ଚାରି ଦିନ ଧରି ବେଧଡକ ଭାବେ ପ୍ରଚୁର ପରିମାଣରେ ମାଟି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ମାଟି ମାଫିଆଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସମର୍ଥନ ବଳରେ ଦୈନିକ ଶତାଧିକ ଟ୍ରାକ୍ଟର ନିୟୋଜିତ ହୋଇଥିବା ଜଣା ପଡ଼ିଛି। ଗତ ଚାରି ଦିନ ଧରି ଭୋର୍ ସକାଳୁ ବିଳମ୍ବିତ ରାତି ଯାଏଁ ସମ୍ପୃକ୍ତ ସ୍ଥାନରୁ ଅତି କମରେ ଶହେ ଟ୍ରିପ ମାଟି ଚାଲାଣ ହେଉଥିବା ଦେଖାଯାଇଛି। ମାଫିଆ ମାନେ ଜେସିବି ମେସିନ ଲଗାଇ ଖୁଲମ୍ ଖୋଲା ମାଟି ଚାଲାଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟ ଓ ଆଶଙ୍କାରେ ରହି ପ୍ରଶାସନ ନିକଟରେ ଅଭିଯୋଗ କରିବା ପାଇଁ ସାହସ କରି ନ ଥିଲେ ।

ଏପରି ସ୍ଥଳେ ଗତ ଚାରି ଦିନ ଧରି ମାଟି ମାଫିଆ ମାନେ ନିର୍ଭୟରେ ଓ ବେଧଡକ ଭାବେ ପ୍ରଚୁର ପରିମାଣରେ ମାଟି ଚାଲାଣ କରିଥିବା ଜଣାପଡ଼ିଛି। ଏ ବିଷୟରେ ଆମ ପ୍ରତିନିଧି ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ। ପ୍ରତ୍ୟୁତ୍ତରରେ ତହସିଲଦାର କନିଷ୍ଠ ଖଣିଜ ଅଧିକାରୀ ବିପ୍ରବର ସିଂଙ୍କୁ ଅବଗତ କରିବି ବୋଲି କହିଥିଲେ । ମାଟି ଚୋରା ଚାଲାଣ ଉପରେ କନିଷ୍ଠ ଖଣିଜ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା।

ଏ ବିଷୟରେ ମଧ୍ଯ କଞ୍ଚୁରୁ ରାଜସ୍ବ ମଣ୍ଡଳରେ ଦୀର୍ଘ ଚାରି ବର୍ଷ ଧରି ଗାଦି ମାଡ଼ି ବସିଥିବା ରାଜସ୍ବ ନୀରିକ୍ଷକ ରାମଚନ୍ଦ୍ର ମହାନ୍ତିଙ୍କ ସହ ଯୋଗାଯୋଗ କରା ଯାଇଥିଲା। କିନ୍ତୁ ସେ ଏହାକୁ ହାଲକା ଭାବେ ଗ୍ରହଣ କରିଥିଲେ। ସୁଚନା ଯୋଗ୍ୟ,ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକରେ ଅଞ୍ଚଳରେ ମାଟି, ମୋରମ, ପଥର,ବାଲି ଆଦି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ଉପରେ ନିୟମିତ ଭାବେ ଚଢ଼ଉ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପ ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହା ବ୍ୟତୀତ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ଓ ଖଣିଜ ଅଧିକାରୀଙ୍କୁ ନେଇ ଏକ ତଦାରଖ କମିଟି ଗଠନ ହୋଇଛି।

ଏତେ ସବୁ ନିୟମ କାନୁନ ଓ ବିଧିବ୍ୟବସ୍ଥା ଥିଲେ ମଧ୍ୟ ମାଟି ମାଫିଆ ମାନେ ଚାରି ଦିନରେ ଆନୁମାନିକ ପ୍ରାୟ ୧୨୦୦ ଘନ ଫୁଟ ମାଟି ଜେସିବି ଲଗାଇ ବେଶ ଆରାମରେ ଖୋଳି ଖୁଲମଖୁଲା ଟ୍ରାକ୍ଟରରେ ବୋହି ନେଇଗଲେ । ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇ ସ୍ଥାନୀୟ ପ୍ରଶାସନର ଧଜିଆ ଉଡ଼ାଇ ମାଫିଆ ମାନେ ରାଜସ୍ଵ ଗିଳିବାରେ ସକ୍ଷମ ହୋଇଥିବା ଜଣା ପଡିଛି। ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ଅଭାବରୁ ସରକାର ବିପୁଳ ରାଜସ୍ଵ ହରାଉଥିବା ବେଳେ ମାଫିଆ ସକ୍ରିୟ ହୋଇ ପ୍ରଶାସନିକ ସ୍ଥାଣୁତା ଓ ଅପାରଗତାରୁ ବେଶ ଲାଭବାନ ହେଉଥିବା ଜଣା ପଡିଛି।

କେବେ କେମିତି ଧର୍ମକୁ ଆଖିଠାର ଭଳି ଗୋଟେ ଦୁଇଟି ବାଲି, ପଥର ବୋଝେଇ ଗାଡ଼ି ଧରି କନିଷ୍ଠ ଖଣିଜ ଅଧିକାରୀ, ତହସିଲଦାର ଏବଂ ପୁଲିସ ବାହାବା ନେଉଥିବା ବେଳେ କିନ୍ତୁ ଗଳା ବାଟ ଦେଇ ନକଲି କିମ୍ବା ଅନ୍ୟ ବାଲି ଘାଟର ଟ୍ରାଞ୍ଜିଟ ପାସ ଯୋଗେବହୁ ଲଘୁ ଖଣିଜ ପଦାର୍ଥ ସ୍ୱାଭାବିକ ଓ ବେଆଇନ ଭାବେ ଦିନ ରାତି ଚାଲାଣ ହେଉଥିବା ଦେଖାଯାଇଛି। ଏଭଳି ବେଆଇନ ଚାଲାଣ ଉପରେ ସ୍ଥାନୀୟ ପ୍ରଶାସନର କେବେ ଦୃଷ୍ଟି ପଡିବ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାରେ ତତ୍ପରତା ପ୍ରକାଶ କରିବ ତାହା ଦେଖିବାକୁ ବାକି ରହିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

June 8, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

June 8, 2026
କାର ଚାଳକର ବେପରୁଆ ଗାଡ଼ି ଚାଳନା, ଦୁର୍ଘଟଣା ଘଟାଇ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଂକଳ୍ପ ପରିବାର’ର 

କାର ଚାଳକର ବେପରୁଆ ଗାଡ଼ି ଚାଳନା, ଦୁର୍ଘଟଣା ଘଟାଇ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଂକଳ୍ପ ପରିବାର’ର 

June 8, 2026
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

June 8, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version