ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶନିବାର ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଛି। ଅନୁରୂପେ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତା ନିର୍ବାଚନ ହୋଇ ଯାଇଛି l ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।

ଚଳିତ ନିର୍ବାଚନରେ ସଂଘର ସମୁଦାୟ ୧୩୪ ଜଣଙ୍କ ମଧ୍ୟରୁ ୧୩୦ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବେ ଜଗନ୍ନାଥ ଭୋଳ , ଉପ ସଭାପତି ଭାବେ ନିରୋଜ କୁମାର ମହାନ୍ତି ସମ୍ପାଦକ ଭାବେ ମହେନ୍ଦ୍ର ପ୍ରସାଦ ସାମନ୍ତସିଂହାର, ସହ ସମ୍ପାଦକ ଭାବେ ନରେନ୍ଦ୍ର ନାୟକ , କାର୍ଯ୍ୟକାରୀ ସଭ୍ୟ ଭାବରେ ସୁଦର୍ଶନ ଜାଲି ଓ ଚିରସ୍ମିତା ବେହେରା ବିଜୟୀ ହୋଇଛନ୍ତି l

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ମନୋଜ କୁମାର ମହାପାତ୍ର ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ସୁନୀଲ ମହାପାତ୍ର ଓ ସୁଧୀର ପ୍ରଧାନ ପରିଚାଳନା କରିଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହୋଇଥିବା ଆଇନଜୀବୀ ଅଶୋକ କୁମାର ଚମ୍ପତ୍ତି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିଥିଲେ l ତେବେ ଉପ ସଭାପତି ପଦ ଫଳାଫଳ କୁ ନେଇ ବିବାଦ ଦେଖାଦେଇଛି l ପରାଜିତ ପ୍ରାର୍ଥୀ ରାମଚନ୍ଦ୍ର ପଲାଇ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣିଛନ୍ତି l















