କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବାସନ୍ତୀ ପୂଜା ଅବସରରେ ଅପେରା ଦେଖ୍ ଘରକୁ ଫେରୁଥିବା ସମୟଟେ ସୁକାନ୍ତି ଦାସ ଓ ତାଙ୍କ ସ୍ବାମୀଙ୍କୁ ଲିଟୁ ବେହେରା ନାମକ ଜଣେ ଯୁବକ ବାଇକ୍ ଧକ୍କା ଦେଇଥୁବା ଅଭିଯୋଗ ହୋଇଛି । କୁଦାନଗରୀ ଥାନା ଅନ୍ତର୍ଗତ ଦିଆନପାଟଣାରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ।ଏହି ଧକ୍କାରେ ସୁକାନ୍ତି ଆହତ ହୋଇ ପଛମୁଣ୍ଡରେ ଭୟଙ୍କ ଚୋଟ ପାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଅଭିଯୁକ୍ତ ବାଇକ୍ ଚାଳକଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ଦିଆନପାଟଣା ନିକଟରେ ଶବ ରଖ୍ ରାସ୍ତା ଅବରୋଧ କରିଥିଲେ ।
ପ୍ରାୟ ଦୁଇ ଘଂଟା ଧରି ଅଖ ଚକ ବନ୍ଦ ହୋଇଥିବାରୁ ପାଟକୁରା ଓ କେନ୍ଦ୍ରାପଡ଼ା ମଧ୍ଯରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲେ । ତିନି ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦକାରୀ ମାନେ ରାସ୍ତା ଅବରୋଧ ଉଠାଇଥିଲେ ।













