No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ପବିତ୍ର ଶ୍ରୀରାମ ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସପ୍ତମ ଶ୍ରୀରାମ ନବମୀ ମହୋତ୍ସବ ସହସ୍ରାଧିକ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,

ଓଡ଼ିଶା ସରକାରଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ରାମାୟଣ ପାରାୟଣ, ବୈଠକୀ କୀର୍ତ୍ତନ ସହିତ ଭକ୍ତ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା । ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ଵାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇଥିଲା । ବାନ୍ଧନଘୋର ତଥା ଆଖପାଖ ଗ୍ରାମ ମାଗୁରବେଡ଼ା,

ସିଆଲବାହାଲି, କୁଟୁମଡୋଲା ,ହରଡ଼ାଟାଲ ,ହରିପାଲି ଗ୍ରାମର ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କର ଏହି ଜନ୍ମ ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ଶ୍ରୀଯୁକ୍ତ ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ସହଯୋଗ କରିଥିଲେ ଅଚ୍ୟୁତାନନ୍ଦ ମିଶ୍ର,ସୁବ୍ରତ ନାୟକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ,ପ୍ରସନ୍ନ ଗହୀର ଓ ସର୍ବଜିତ ତ୍ରିପାଠୀ ।

No Result
View All Result