No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ବିଶ୍ୱହିନ୍ଦୁ ପରିଷଦ ଏବଂ ବାଲିପାଟଣା ଓ ବାଲିଅନ୍ତା ବଜରଙ୍ଗ ଦଳ ଶାଖା ତରଫରୁ ପବିତ୍ର ଶ୍ରୀରାମ ନବମୀ ଅଵସରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବାଲିପାଟଣା ଥାନା ମହୁଖଣ୍ଡା ସ୍ଥିତ ରାମ ମନ୍ଦିର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ କୋଳଥପିଠା , ନୁଆସାହି , କାକରଦ୍ରପୁର ,ବାଲିପାଟଣା , ଅଠାନ୍ତର , ପୁବାଗଡ଼ , ବନମାଳୀପୁର, ଭାକରସାହି,ଦେଇ ଅଭୟମୁଖି ପ୍ରଭୃତି ସ୍ଥାନ ଅତିକ୍ରମ କରି ମହୁଖଣ୍ଡା ଠାରେ ଉଦଯାପିତ ହୋଇଥିଲା l

ଜୟ ଶ୍ରୀ ରାମ ଧ୍ୱନି ଏବଂ ବଜରଙ୍ଗ ପତାକା ତଥା ଗେରୁଆ ରଙ୍ଗର ପୋଷାକ ଶୋଭାଯାତ୍ରାର ଆକର୍ଷଣ ପାଲଟିଥିଲା l ସନାତନ ଧର୍ମର ପ୍ରଚାର ପ୍ରସାର ସହିତ ହିନ୍ଦୁ ମାନଙ୍କ ମଧ୍ୟରେ ନିଜର ଧର୍ମ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ ବୋଲି ବଜରଙ୍ଗ ଦଳ ତରଫରୁ କୁହାଯାଇଛି l

କାର୍ଯ୍ୟକ୍ରମରେ ତାପସ କୁମାର ଜେନା ,ଲୁଲୁ ମୁଖୀ,ଯଶୋବନ୍ତ ପଟ୍ଟନାୟକ , ପ୍ରିୟବ୍ରତ ଖଟୁଆ , ଜଗବନ୍ଧୁ ଗୋଛାୟତ , ବାବୁନି ଖଟୁଆ , ନିର୍ମଳ ବିଶ୍ୱାଳ , ବାବୁନି ଜେନା , ପ୍ରକାଶ ମୁଦୁଲି , ସାନୁ ମୁଖି , ଚିରଞ୍ଜିବି ଜେନା , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ବାଲିପାଟଣା ପୁଲିସ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲା ।

No Result
View All Result