ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ବୁଧବାର ଦିନ ଶ୍ରୀମନ୍ଦିର ଉପରେ ଦୁଇଟିଡ୍ରୋନ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା | ଶ୍ରୀମନ୍ଦିର ଭିତରେ.କଡ଼ା ସୁରକ୍ଷା ଭିତରେ ରତ୍ନ ଭଣ୍ଡାର ଗଣତି ଚାଲିଥିବା ବେଳେ ଏହି ଡ୍ରୋନ ଉଡିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ଏହି ଡ୍ରୋନ କିଏ ଉଡାଇଲା, କାହିଁକି ଉଡାଇଲା, ଗଣତି ବେଳେ ଉଡାଇବା ଲକ୍ଷ କଣ ଏ ସମ୍ପର୍କ ରେ ସିଂହଦ୍ୱାର ପୋଲିସ ଛାନଭିନ କରୁଛି | ଦୁଇଟିଯାକ ଡ୍ରୋନ ଜବତ କରିବା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି |














