No Result
View All Result
ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଅଷ୍ଟମୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ ପରେ ଚିତ୍ରକର ବିଜୟ ପଣ୍ଡାଙ୍କ ଦ୍ୱାରା ମହାଗୌରୀ ବେଶ କରାଯାଇଥିଲା। ଷୋଡଶ ଉପଚାର ପୂଜା,ଶପ୍ତସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ।

ଆସନ୍ତା କାଲି ସକାଳେ ମହାସ୍ନାନ ସୂର୍ଯ୍ୟପୂଜା ପରେ ନଗର ପରିକ୍ରମା କରି ମା” ଗଡ଼ ବଘେଇଙ୍କ ପାଖେ ବିଜେ ହେବେ।ଦୁଇ ଭଉଣୀ ମିଳନ ପରେ ନିଜ ମନ୍ଦିରକୁ ଫେରି ସଂଧ୍ୟାରେ ମହାସ୍ନାନ ପରେ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବା ସହ ନ’ଜଣ କୁମାରୀ କନ୍ୟାଙ୍କୁ ଯଜ୍ଞ ବେଦିରେ ପୂଜା କରାଯିବବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ରବି ନାରାୟଣ,ଟୁଲୁ ପଣ୍ଡା,ଅଶୋକ ଦାଶ,ନିରଞ୍ଜନ ସୁନ୍ଦରାୟ, କାଉନସିଲର ଅମ୍ରିତା ଦାସ, ଶଶାଙ୍କ ଶେଖର ରାୟ,ଲୁସେନ ରାୟ,ପବିତ୍ର ମୋହନ ରଣସିଂହ, ନିତ୍ୟସେବକ ବିକାଶ ବେହେରା, ପୂର୍ଣଚନ୍ଦ୍ର ସାହାଣୀ, ବିନୋଦ ଦାସ, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଶଶିକାନ୍ତ ମହାପାତ୍ର, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ବିବେକ ଦଳେଇ, ଚର୍ଚ୍ଚିଲ ଦାସ,ଦିପୁ ପାଲ,ଜଗରନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗରେ ପରିଚାଳନା ହୋଇଥିଲା।

No Result
View All Result