No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତ ଅଧିନସ୍ଥ ଦାବ୍ରି ଗାଁରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ମାଁ ଦୁଆରସନି ଯୁବକ ସଂଘ ର ଚତୁର୍ଥ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଆୟୋଜିତ ଏହି ଉଦଯାପନୀ ଉତ୍ସବ ରେ ଅନୁଷ୍ଠାନ ର ସଭାପତି ରାଜୁ ଛତ୍ରୀଆ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଙ୍କ ପ୍ରତିନିଧି ମୟ ବାଗ, ସମ୍ମାନୀୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ,ଯୁବନେତା ନିଲେଶ ଛତ୍ରିଆ,ପୂର୍ବତନ କାଉନସିଲର ଦୁଃଖିଶ୍ୟାମ ରାୟ, ଅବସରପ୍ରାପ୍ତ କୃଷି ଅଧିକାରୀ ବିଶ୍ୱମ୍ଭର ବାଗ,

ସମାଜସେବୀ ତଥା ବ୍ୟବସାୟୀ କୈଳାସ ଦୀପ,ଦାବରୀ ସ୍କୁଲ ର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ଧରୁଆ,ମୋର ସମସ୍ୟା ର ପ୍ରତିଷ୍ଠାତା ତଥା ସାମ୍ବାଦିକ ତୁଳସୀରାମ ଜଗତ, ସମାଜକର୍ମୀ ଇଶାନ ସୋମିୟା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନ କରିବା ରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜୟ ମାଁ ଦ୍ୱାରସେନି ଯୁବକ ସଂଘ ର ସଚେତନତା ରୁ ଆରମ୍ଭ କରି ସମାଜସେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କୁ ଦେଖି ଅତିଥି ମାନେ ପ୍ରଶଂଶା କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ କ୍ଲବ୍ ପରିଚାଳକ ଓ ପରାମର୍ଶଦାତା ପ୍ରତାପଚନ୍ଦ୍ର କୁଅର ସଂଯୋଜନା କରିଥିଲେ ।ଏହି ଅବସର ରେ ଅଞ୍ଚଳ ର ପ୍ରତିଷ୍ଠିତ ସମାଜସେବୀ, କଳାକାର,ସାମ୍ବାଦିକ ମାନଙ୍କୁ ଉପ ଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଁରେ ଗତ ୩ ଦିନ ଧରି ଚାଲିଥିବା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ବୁଗି ବୁଗି ଡାନ୍ସ ପ୍ରତିଯୋଗିତା, କଳା ପ୍ରଦର୍ଶନ, ଅର୍କେଷ୍ଟ୍ରା,ଦଣ୍ଡନାଚ କୁ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦେଖିଥିଲେ ।ଏଥିରେ ଦୁଆରସନି ଯୁବକ ସଂଘ ର କ୍ଲବ୍ ପରିଚାଳକ ଓ ପରାମର୍ଶ ଦାତା ପ୍ରତାପ ଚନ୍ଦ୍ର କୁଅର,
କ୍ଲବ୍ ସହଯୋଗୀ ରୁକ୍ଷକର୍ତ୍ତା ଚନ୍ଦନ,ନବୀନ ଭୋଏ,ନେତ୍ର କୁମ୍ଭାର,ଚଦ୍ରଧଜ ଚନ୍ଦନ,ସଭାପତି ରାଜୁ ଛତ୍ରିଆ , ସଂପାଦକ ଜିତୁ ସୁନା,କୋଷାଧ୍ୟକ୍ଷ ବୈକୁଣ୍ଠ ଚନ୍ଦନ,ଉପସଭାପତି ବୈକୁଣ୍ଠ କୁଅର, ସହ ସଂପାଦକ ନନ୍ଦୀ କିଶୋର ଚନ୍ଦନ,ସହ କୋଷାଧ୍ୟକ୍ଷ ରୋହିତ ନାଗ,ଲାଏବ୍ରେନ୍ ଦୁଃଖନାସନ୍ ମଲ୍ଲିକ,ସଦସ୍ୟ ବିଷ୍ଣୁ ଗହିର,ପ୍ରେମକାନ୍ତ ଚନ୍ଦନ,ଗଣେଶ ନାଗ,ଲଛମନ୍ କୁଅର,କ୍ରିଷ୍ଣା ମିଶ୍ର,ବସନ୍ତ ଛତ୍ରିଆ,ରାଜ ମଲ୍ଲିକ,ପୃଥିରାଜ ନାଗ,କାର୍ତ୍ତିକ ଛତ୍ରିଆ , ପ୍ରଧୁମ୍ ନିଆଲ,ସଜିତ ସୁନା,ବଡ ମାଝୀ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

No Result
View All Result