No Result
View All Result
ଖୋରଧା- ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ଶକ୍ତିପିଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ସପ୍ତମୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ, ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ ପରେ ଚିତ୍ରକର ବାବୁ ବିଜୟ ପଣ୍ଡା କାଳରାତ୍ରି ବେଶରେ ସଜିତ କରିଥିଲେlମୁକୁଳା କେଶ,ମୁଣ୍ଡ ମାଳ, ଜ୍ୱିଭା ବାହାର ବେଶ ଆକର୍ଷଣୀୟ ଥିଲା।ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା।ମା“ ମହାଗୌରୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି l

କାର୍ଯ୍ୟକ୍ରମକୁ କମିଟି ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ରାଜା, ଭାସ୍କର ହରିଚନ୍ଦନ, ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ, ଜଟଣୀ ନଗରପାଳ ଅନନ୍ତ ବେହେରା, ପବିତ୍ର ମୋହନ ରଣସିଂହ, ପୂର୍ଣଚନ୍ଦ୍ର ସାହାଣୀ, ନିତ୍ୟସେବକ ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ବିକାଶ ବେହେରା ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିମିଶ୍ର,ସଚ୍ଚିଦାନନ୍ଦ ଦାସ, ରାଜକିଶୋର ରଣସିଂହ,ବିବେକ ଦଳେଇ, ଜଗରନାଥ ବାରିକ,ଶିବ ପ୍ରସାଦ ଦାସ ସମେତ ଗ୍ରାମବାସୀ ଙ୍କ ସହଯୋଗରେ ପରିଚାଳନା ହୋଇଥିଲା।

No Result
View All Result