No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପ୍ରାଚୀ ସାହିତ୍ୟ ସମିତି ପକ୍ଷରୁ ବସନ୍ତ ଉତ୍ସବ ଓ କବି ସମ୍ମିଳନୀ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ନୂଆଗାଁ ସ୍ଥିତ ଶ୍ରୀ ରାଧାକାନ୍ତ ମଠ ପରିସରରେ ଅନୁଷ୍ଠାନର ସଭାପତି ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଭଞ୍ଜ ସାହିତ୍ୟର ବିଶିଷ୍ଟ ପ୍ରବକ୍ତା ଇଂ ଡକ୍ଟର ଲଡୁ କିଶୋର ପଢ଼ିଆରୀ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା, ବିଶିଷ୍ଟ ଶିଶୁ ସାହିତ୍ୟିକ ତନୟା ଦାସ ଗୋସ୍ୱାମୀ,

ମଧୁର ଭାରତୀର ସଂପାଦିକା ଜୟନ୍ତୀ ପଢିଆରୀ, ମହନ୍ତ ଦିବ୍ୟକୃଷ୍ଣ ଦାସ, ଡାକ୍ତର ଅଧିରାଜ କୁମାର ପରିଡା, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ କରି ବସନ୍ତ ଉତ୍ସବ ଉପଲକ୍ଷେ ବିଭିନ୍ନ ମତବ୍ୟକ୍ତ କରିଥିଲେ , ସଂପାଦକ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ, ଅତିଥିଙ୍କ ପରିଚୟ ପ୍ରଦାନ ସହ ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ମଞ୍ଚ ପରିଚାଳନା ଆଇନଜୀବି ଅବଦୁଲ୍ ବାରି, ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଭାନୁମତୀ ବେହେରା, ଓ ଧନ୍ୟବାଦ୍ ଅର୍ପଣ କରିଥିଲେ କବି ଦେବେନ୍ଦ୍ରନାଥ ସେନାପତି ।

ଏହି ଉତ୍ସବରେ ୩୩ ଜଣ କବି, କବୟିତ୍ରୀ ବସନ୍ତ ଉପରେ ସ୍ଵ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡକ୍ଟର ତ୍ରିନାଥ ପଟ୍ଟନାୟଙ୍କ ଦ୍ବାରା ରଚିତ “ଅସୀମା ” ପତ୍ରିକା ଓ କବି ସର୍ବେଶ୍ଵର ପରିଡାଙ୍କ କବିତା ସଙ୍କଳନ “ସିନ୍ଦୁର “। ଲୋକାର୍ପିତ ହୋଇଥିଲା । ଉକ୍ତ ସଭାରେ ଲେଖିକା ଜୋଷ୍ନା ସିଂହ, ଲେଖକ ତଥା କବି ପଣ୍ଡିତ ମୂରଲୀଧର ସାହୁ,

ଲେଖକ ଦ୍ଵିଜବର ନାୟକ , ପ୍ରାଚୀ ଗବେଷକ ହଂସ ନାଥ ସାହୁ, ଗୀତି କବି ପ୍ରଣତି ମହାପାତ୍ର, ଉପନ୍ୟାସିକା ମନିଷା ମଞ୍ଜରୀ ସାହୁ, ସାମ୍ୱାଦିକ ପ୍ରକାଶ କୁମାର ନନ୍ଦ, ଅଧ୍ୟାପିକା ଡ, ସସ୍ମିତା ନାୟକ, ଲେଖିକା ପୁଷ୍ପା ପରିଡା, ସଞ୍ଜୟ ପାତ୍ର, ଶୁଭ୍ରାଂଶୁ ସ୍ୱାଇଁ, ଏବଂ ଲେଖକ ବଟ କୃଷ୍ଣ ସ୍ୱାଇଁ ପ୍ରମୁଖ ଯୋଗ ଦାନ କରିଥିଲେ ।

No Result
View All Result