କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଣ୍ଟାବାଞ୍ଜି ସହର ର ଦିଶା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ବକ୍ତା ଭାବରେ ମୁରିବାହାଲ କଲେଜ ର ଅଧ୍ୟକ୍ଷ ଡ଼ ରମେଶ ମହାନନ୍ଦ, ସମ୍ମାନନୀୟ ଅତିଥି ଭାବରେ କେ ଭି କଲେଜ ଅଧ୍ୟକ୍ଷ ଶ୍ରୀ ରାଜେଶ ମହାନ୍ତି ଏବଂ ପୂର୍ବତନ କମାଣ୍ଡୋ ଶ୍ରୀ ଗିରିରାଜ ସିଂ ମାଝୀ,
ବିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ଡୋଲାମଣି ତାଣ୍ଡି, ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ସେଠ ମଞ୍ଚାସୀନ ଥିଲେ। ଝାନସୀ ରାଣୀ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏବଂ ଶ୍ରୀମତୀ ଲୋପାମୁଦ୍ରା ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବିଦ୍ୟାଳୟ ରେ ପୂର୍ବ ରୁ ହୋଇଥିବା ପ୍ରତିଯୋଗିତା ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଗଲା ଏବଂ ସଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ ।













