ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର କାଶୀନଗର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲୁଥିବା ୧୦ ଗୋଟି ଇଟା ଭାଟିକୁ ଜିଲ୍ଲା ପ୍ରଶାସନ ଓ କାଶୀନଗର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଭଙ୍ଗା ଯାଇଥିବା ସୂଚନା ମିଳିଛି l ଏଥିରେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଇଟାକୁ ଭଙ୍ଗା ଯିବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣା ପଡିଛି l ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖ୍ ସରକାର କିଛିବର୍ଷ ହେଲା ମାଟି ତିଆରି ଇଟାଭାଟି ଉପରେ କଟକଟା ଜାରି କରିଥିବା ବେଳେ କାଶୀନଗର ଅଞ୍ଚଳରେ ବେଆଇନ ଇଟାଭାଟି ଦିନକୁ ଦିନ ବଢ଼ି ଚାଲିଛି |














