ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ର ପ୍ରତ୍ୟେକ ମୁସଲମାନ ବସ୍ତିରେ ଥିବା ମସଜିଦ ମାନଙ୍କରେ ଶନିବାର ଇଦ ପର୍ବ ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଙ୍କ ଦ୍ୱାରା ଏହି ମାସରେ କୋରାନ ସମ୍ପୂର୍ଣ୍ଣ କରାଯାଇ ଥିଲା l ତାଙ୍କର ଆଦେଶ ଅନୁସାରେ ସାରା ମାସଟି ମୁସଲମାନ ଭାଇ ଭଉଣୀ ମାନେ ରୋଜା ରଖନ୍ତି l ଦିନସାରା ଉପବାସ ରହି ସନ୍ଧ୍ୟାରେ ରୋଜା ଫିଟାଇ ଖାଦ୍ୟ ପାନୀୟ ଗ୍ରହଣ କରନ୍ତି l କାରଣ ଇନ୍ଦ୍ରିୟ ମାନଙ୍କୁ ଆୟତରେ ରଖାଯାଇ ଥାଏ ବୋଲି ଭବାନୀପୁର ଗ୍ରାମର ଆୟୁବ ସାହା ପ୍ରକାଶ କରିଛନ୍ତି l

ମାନବ ଜାତି ତା ଜୀବନରେ ଯଦି କିଛି ଭୁଲ କରିଥାଏ ଏହି ଧାରାରେ ଭଗବାନ ଙ୍କ ପାଖରେ କ୍ଷମା ପ୍ରାର୍ଥନା କରି କୁହନ୍ତି ଏ ସଂସାରରେ ମାନବ ଜାତିକୁ ଭଲ ପଥ ଦେଖାଅ l ଏକ ମାସଜାକ ଭଗବାନଙ୍କ ପାଖରେ ଏହି କାମନା କରିଥାନ୍ତି l ଶନିବାର ମୁସଲମାନ ଭାଇମାନେ ନିଜନିଜ ମସଜିଦରେ ଏକତ୍ରିତ ହୋଇ ଇଦ ନମାଜ ପାଠ କରିଥିଲେ l ନମାଜ ପରେ ପରସ୍ପର କୁ ଅଭିନନ୍ଦନ ଜଣାଇ ଆଲିଙ୍ଗନ କରି ସମସ୍ତେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l














