• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫିକି ଏଫଏଲ୍‌ଓ ଭୁବନେଶ୍ୱର ପକ୍ଷରୁ ମେଫେୟାର କନ୍‌ଭେନସନ୍‌ରେ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
March 19, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଫିକି ଏଫଏଲ୍‌ଓ ଭୁବନେଶ୍ୱର ସ୍ଥାନୀୟ ମେଫେୟାର କନ୍‌ଭେନସନ୍‌ଠାରେ ମାର୍ଚ୍ଚ ୧୮ ତାରିଖରେ ସଫଳତାର ସହିତ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜନ କରିଥିଲା । ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ସମଗ୍ର ଓଡ଼ିଶାର ମହିଳା ଉଦ୍ୟୋଗୀ ଏବଂ ବୃତ୍ତିଧାରୀଙ୍କର ଦୃଷ୍ଟାନ୍ତମୂଳକ ସଫଳତାକୁ ପାଳନ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ସୁରମା ପାଢୀ, ସମ୍ମାନନୀୟ ଅତିଥି ଭାବରେ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନନୀୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ, ଓଡ଼ିଶା ଯୋଗ ଦେଇଥିଲେ । ସେମାନଙ୍କର ଉପସ୍ଥିତି ଏବଂ ଉତ୍ସାହଜନକ ଅଭିଭାଷଣ ମହିଳା ଉଦ୍ୟୋଗୀ ଓ ବୃତ୍ତିଧାରୀଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରଗୁଡିକରେ ଉକ୍ରର୍ଷ ଓ ନବସୃଜନ ନିମନ୍ତେ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲା ।

୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ବିବିଧ କ୍ଷେତ୍ରରୁ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସେମାନଙ୍କର ନେତୃତ୍ୱ, ନବସୃଜନ ଏବଂ ପ୍ରଭାବୀ ଅବଦାନ ନିମନ୍ତେ ସମ୍ମାନିତ କରିଥିଲା ।

ପୁରସ୍କାର ବିଭାଗସମୂହ ଏବଂ ବିଜୟିନୀ:
ସାମାଜିକ ପ୍ରଭାବ ପୁରସ୍କାର: ସନ୍ଧ୍ୟାରାଣୀ ଦଳେଇ
ଷ୍ଟାର୍ଟଅପ୍‌ ପୁରସ୍କାର: ଶାଶ୍ୱତୀ ଶତରୂପା ମିଶ୍ର
ବୃହତ୍‌ ଶିଳ୍ପ ପୁରସ୍କାର: ସୋନାଲ ସାହୁ
ଏମ୍‌ଏସଏମ୍‌ଇ ପୁରସ୍କାର: ମଧୁସ୍ମିତା ପାଣିଗ୍ରାହୀ
ରାଜନୀତି ପୁରସ୍କାର: ସଞ୍ଜଳି ମୁର୍ମୁ
ଏଫଏଲ୍‌ଓ ଉଦ୍ୟୋଗୀ ପୁରସ୍କାର: ରଶ୍ମିତା ପୃଷ୍ଟି (ୱଣ୍ଡର ୱର୍ଡ)
ଅଣୁ ଓ ଅତି କ୍ଷୁଦ୍ର ଉଦ୍ୟୋଗ ପୁରସ୍କାର: ଶୁଭ୍ରା ମିଶ୍ର (ଏସ୍‌ପିଏଆର୍‌ସି)
ସ୍ୱାସ୍ଥ୍ୟ ଓ ସୁସ୍ଥତା ପୁରସ୍କାର: ଡା.ପଦ୍ମାଳୟା ଦେବୀ
ପରିବେଶ ପୁରସ୍କାର: କବିତା କାଣ୍ଡି
କ୍ରୀଡା ପୁରସ୍କାର: ସୁଦୀପ୍ତା ନନ୍ଦ ଦାସ
ମିଡିଆ ପୁରସ୍କାର: ଶତରୂପା ସାମନ୍ତରାୟ
ସିଏସ୍‌ଆର ପୁରସ୍କାର: ଲୋପାମୁଦ୍ରା ପ୍ରିୟଦର୍ଶିନୀ
ଉଦୀୟମାନ ଫିକି ଏଫଏଲ୍‌ଓ ଓମେନ: ଅନିଶା ସ୍ୱାଇଁ

ପୁରସ୍କାରଗୁଡିକ ରୀନା ରାଉତରାୟ, ସବିତା ପଟ୍ଟନାୟକ ଏବଂ ସୁସ୍ମିତା ଦାସଙ୍କୁ ନେଇ ଗଠିତ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାୟନ କରାଯାଇଥିଲା । ଫେଡେରେସନ୍‌ ଅଫ ଦି ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ଫିକି ଲେଡିଜ୍‌ ଅର୍ଗାନାଇଜେସନ୍‌ (ଏଫଏଲ୍‌ଓ) ୧୯୮୩ରେ ଏହାର ଆରମ୍ଭ ଦିନଠାରୁ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ତଥା ବୃତ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ିନମନ୍ତେ ପ୍ରତିବଦ୍ଧ ରହିଆସିଛି ।

କର୍ମଶାଳା, ଆଲୋଚନାଚକ୍ର, ସମ୍ମିଳନୀ, ତାଲିମ କାର୍ଯ୍ୟକ୍ରମ ଓ ଦକ୍ଷତା ନିର୍ମାଣ ପ୍ରୟାସମୂହ ଜରିଆରେ ଏଫଏଲ୍‌ଓ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରତିଭା, ଦକ୍ଷତା ଏବଂ ଔଦ୍ୟୋଗିକ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ନିରନ୍ତର ସମର୍ଥନ କରିଆସୁଛି । ସମ୍ପ୍ରତି ଏଫଏଲ୍‌ଓ ଭାରତର ୧୦ଟି ସହରରେ ୮୦୦୦ ମହିଳା ଉଦ୍ୟୋଗୀ ଓ ବୃତ୍ତିଧାରୀଙ୍କର ଏକ ନେଟୱର୍କକୁ ପ୍ରତିନିଧିତ୍ୱ କରୁଛି ଏବଂ ସେହି ସମୟରେ ବୈଶ୍ୱିକ ସହଭାଗୀତା,

ସର୍ବୋତ୍ତମ କାର୍ଯ୍ୟାଭ୍ୟାସ ବିନିମୟ ତଥା ନେଟୱର୍କିଂ ସୁଯୋଗଗୁଡିକୁ ସୁଦୃଢ କରିବା ନିମନ୍ତେ ଆନ୍ତର୍ଜାତିକ ମହିଳା ସଂଗଠନଗୁଡିକ ସହିତ ସହଭାଗୀତା କରିଆସୁଛି । ଫିକି ଏଫଏଲ୍‌ଓ ଭୁବନେଶ୍ୱର ଚାପ୍ଟର ୨୦୨୦ରେ ଏହାର ପ୍ରତିଷ୍ଠାତା ଚେୟାରପର୍ସନ ଧରିତ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାପିତ ହୋଇଥିଲା । ଏହା ବର୍ତ୍ତମାନର ଚେୟାରପର୍ସନ ପ୍ରଜ୍ଞା ପାରମିତା ମିଶ୍ରଙ୍କ ନେତୃତ୍ୱରେ ୬୧ଜଣ ଅଗ୍ରଣୀ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବାବେଳେ ସମ୍ପ୍ରତି ଫିକି ଏଫଏଲ୍‌ଓ ସଦସ୍ୟା ସଂଖ୍ୟା ୧୪୭କୁ ବୃଦ୍ଧିପାଇଛି ଏବଂ

ଚଳିତ ବର୍ଷ ଶେଷସୁଦ୍ଧା ଏହା ନିଜର ସଦସ୍ୟା ସଂଖ୍ୟା ୨୦୧ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଏହି ଚାପ୍ଟରରେ ବୃହତ୍‌ ବ୍ୟବସାୟିକ ସଂସ୍ଥା, ଏମ୍‌ଏସଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ଗୁଡିକର ନେତୃତ୍ୱ ନେଉଥିବା ପ୍ରତିଭାସମ୍ପନ୍ନ ମହିଳାମାନେ ରହିଛନ୍ତି ଏବଂ ଏହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାମାନଙ୍କ ନିମନ୍ତେ ଦକ୍ଷତା ବିକାଶ ପ୍ରୟାସସମୂହରେ ସକ୍ରିୟ ଭାବରେ ନିୟୋଜିତ ରହିଛି ।

ଏଫଏଲ୍‌ଓ ଭୁବନେଶ୍ୱର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ଦୀର୍ଘସ୍ଥାୟୀ ସୁଯୋଗଗୁଡିକ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଭାବୀ କାର୍ଯ୍ୟକ୍ରମ,  ନବୋନ୍ମେଷୀ ସହଯୋଗୀତା ଓ ପ୍ରୟାସମୂହକୁ ଆଗେଇ ନେଉଛି । ଆୱାର୍ଡସ୍‌ କାର୍ଯ୍ୟକ୍ରମ ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ପରିବ୍ୟବସ୍ଥାକୁ ନିରନ୍ତର ସୁଦୃଢ କରିବା ଏବଂ ସମଗ୍ର ରାଜ୍ୟରେ ମହିଳାମାନଙ୍କର ନେତୃତ୍ୱ, ନବସୃଜନ ଓ ସଫଳତାକୁ ନେଇ ଆନନ୍ଦ ଉତ୍ସାହ ପାଳନ କରିବାର ନବୀକୃତ ପ୍ରତିବଦ୍ଧତାର ସହିତ ପରିସମାପ୍ତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

ଫିକି ଏଫଏଲ୍‌ଓ ଭୁବନେଶ୍ୱର ପକ୍ଷରୁ ମେଫେୟାର କନ୍‌ଭେନସନ୍‌ରେ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜିତ

March 19, 2026
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

March 18, 2026
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

ଫିକି ଏଫଏଲ୍‌ଓ ଭୁବନେଶ୍ୱର ପକ୍ଷରୁ ମେଫେୟାର କନ୍‌ଭେନସନ୍‌ରେ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜିତ

March 19, 2026
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version