ଖୋରଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ)ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡି ଆର୍ ଏମ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ବେହେରା ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) (ଏଡିଆରଏମ/ଓପି)ଭାବେ କାର୍ଯ୍ୟରତ ଅଛନ୍ତି ।















