No Result
View All Result
ବରଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବରଗଡ଼ ଜିଲ୍ଲା ମୋଟର ଚାଳକ ସଂଘ ସଭାପତି ଜିତେନ୍ଦ୍ର ମହାପାତ୍ର ଙ୍କ ଆହ୍ୱାନ କ୍ରମେ ଦିନକୁ ଦିନ ମୋଟର ଚାଳକ ଙ୍କୁ ରାସ୍ତା ଉପରେ ହେଉଥିବା ଆକ୍ରମଣ ବୃଦ୍ଧି ପାଉଥିବା ପ୍ରତିବାଦରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ କୁ ବରଗଡ଼ ଜିଲ୍ଲା ସମସ୍ତ ମୋଟର ଚାଳକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ଦାବିପତ୍ର ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରିଥିଲେ ।
ରାସ୍ତା ରେ ମୋଟର ଚାଳକ ଙ୍କ ଉପରେ ହେଉଥିବା ଆକ୍ରମଣ କୁ ପ୍ରତିହତ କରିବା ପାଇଁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଏହା ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିରେସ ପ୍ରଧାନ, କୋଷାଧ୍ୟକ୍ଷ ତାରାକାନ୍ତ ରନ ବିଡ଼ିଆ,ୟୁନିଟ 1 ସଭାପତି କୁନୁ ସିଂହ,ୟୁନିଟ5ସଭାପତି ସାରଥୀ ମେହେର,
ବିଜେପୁର ସଭାପତି ଅକ୍ଷୟ ସେଠ୍,ଥୁଆପାଲି ସଭାପତି ପିଣ୍ଟୁ ପାଢ଼ୀ,ପାପଙ୍ଗା ରୁ ମୋନୋରଞ୍ଜନ ମହାକୁର,ଭେଡେନ ସଭାପତି ଦିନ ସରାଫ, ବରପାଲି ସମ୍ପାଦକ ପ୍ରତାପ ସାହୁ,ଆଗଲପୁରରୁ ସନନ୍ଦ ଥାପା,ଗାଇସିଲେଟରୁ ରାମ ବାଗ, ଘେଁସ ରୁ ବାବୁଲୁ ବରିହା,ଧନଞ୍ଜୟ ମହାକୁର,ଲାଉମୁଣ୍ଡରୁ ବିରଞ୍ଚି ବରିହା,ୟୁନିଟ4 ର ବିକ୍ରମ ଯାଲ, ପିତାମ୍ବର, ବୃନ୍ଦାବନ ଙ୍କ ସମେତ ବରଗଡ଼ ଜିଲ୍ଲାର ୨୫ ଟି ଶାଖା ର ସଦସ୍ୟ ମାନେ ଯୋଗଦେଇଥିଲେ ।

No Result
View All Result