No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ସଭାଗୃହରେ ଶନିବାର ପୂର୍ବାହ୍ନରେ ଉନ୍ମୋଚନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେରଣା ବାଣୀ ସକାଳୁ ସକାଳୁ ଉଠନ୍ତୁ ଜୟ ଜଗନ୍ନାଥ ଜପନ୍ତୁ । ଏହି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ସଭାପତି ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଭକ୍ତ ସମାଜର ଶଶିକାନ୍ତ ରଥ ସଂଯୋଜନା କରିଥିଲେ । ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ , ବଡୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରାୟ,ଦଇତାପତି ନିଯୋଗର ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଶ୍ରୀ ମନ୍ଦିର ପୂଜାପଣ୍ଡା ସେବକ ରାମନାରାୟଣ ପୂଜାପଣ୍ଡା ,ଜମେଶ୍ୱର ଖୁଣ୍ଟିଆ,ରାଜ୍ଯ ସରକାରଙ୍କ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାଶ , ଅଳକା ଦାଶ, ଚୂନରା ସେବକ ଶରତ ମହାନ୍ତି, ଡ଼.ବନୋଜ ରାୟ , ଅଧ୍ୟକ୍ଷା ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷା ହରପ୍ରିୟା ଦାଶ, ସୁଶୀଲ ପଟ୍ଟନାୟକ, କୁଳପତି ଓଡ଼ିଆ ବିଶ୍ଵବିଦ୍ୟାଳୟ ଶତ୍ରୁଘ୍ନ ପାଣିଗ୍ରାହୀ,
ରବିନାରାୟଣ ମହାପାତ୍ର, ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସୁରେଶ ମିଶ୍ର ତ୍ରିଲୋଚନ ନାୟକ, ବିଜୟ ପଣ୍ଡା ,ପ୍ରଫୁଲ ଦାସ ,ଭଗବାନ ଦାଶ ଅନାମିକା ସ୍ୱାଇଁ , ଅଜୟ ଦାସ, ଅକ୍ଷୟ ସାହୁ, ଶରତ ମହାପାତ୍ର ତନ୍ମୟ ଜେନା ,ଅଶୋକ ବଳ ,ବଂଶୀଧର ନାୟକ, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । କୁନି କଳାକାର ଅନନ୍ୟା ସାମନ୍ତରାୟ ଓ ଭୁବନେଶ୍ୱର ଲେଡ଼ିଜ ଫୋରମ ସଦସ୍ୟା ମାନଙ୍କ ଦ୍ୱାରା ସୁନ୍ଦର ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା ।
ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ମନ୍ଦିରର ଆତ୍ମ କଥା, ଶିଳାଲେଖା ଓ ଅଭିଲେଖା ରେ ଶ୍ରୀ ଜଗନ୍ନାଥ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ, ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ, ଶରଧା ବାଲି ଗୁଣ୍ଡିଚା,ରୋଷଘର ଅଭଡ଼ା ମହାପ୍ରସାଦ ଓ ଛପନ ଭୋଗ, ଶ୍ରୀମନ୍ଦିର ରେ ପର୍ବପର୍ବାଣି, ସ୍ନାନ ପୁର୍ଣିମା, ବେଢା ଦେବା ଦେବି, ଶ୍ରୀ ଜଗନ୍ନାଥ ଙ୍କ ଦୈନଦିନ ନୀତି ଉପାସନା, ଶ୍ରୀଜଗନ୍ନାଥ ବିଷୟରେ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଛି । ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଏଆଇରେ ଭିଡ଼ିଓ ଫିଲ୍ମ କରାଜାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବରେ ଛଡ଼ାଯାଇଛି ।
ଏଥି ସହିତ ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା ପ୍ରତେକ ଜ଼ିଲ୍ଲା ରେ ବ୍ୟକ୍ତି ଓ ମହିଳାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନରେ କିଛି ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ଉମାକାନ୍ତ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

No Result
View All Result