No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ଗ୍ଯାସ ଗ୍ରାହକଙ୍କୁ ଗ୍ଯାସ ନମିଳିବା ଓ ଅତ୍ଯାବଶ୍ଯକ ସାମଗ୍ରିର ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ବିଶ୍ବର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧର ଘନଘଟା ଯୋଗୁ ବିଶ୍ବ ତୈଳ କାରବାର ଉପରେ ପ୍ରଭାବ ପଡିଛି । ଏଲପିଜି ଗ୍ଯାସ ବୁକିଂ କରି ୧୫ ଦିନରେ ମିଳୁଥିଲା ବେଳେ ଏବେ ୨୫ଦିନ ଓ ୪୫ ଦିନରେ ମିଳିବ ବୋଲି ଗ୍ରାହକ ଜାଣିବା ପରେ ଛାନିଆ ହୋଇପଡିଛନ୍ତି । ହଠାତ ୬୦ ଟଙ୍କା ବଢାଇ ଦେବାରୁ ତାହା ଗ୍ରାହକଙ୍କୁ ବାଧିଛି ।

ୟୁପିଏ ସରକାର ସମୟରେ ଏଲପିଜି ଗ୍ଯାସ ୧୪ କେଜି ସିଲିଣ୍ଡର ଦାମ ୪୩୭ ଟଙ୍କା ଥିବାବେଳେ ଏବେ ୯୫୦ ଟଙ୍କାରେ ପହଞ୍ଚିଛି । ବ୍ଯବସାୟିକ ଏଲପିଜି ସିଲିଣ୍ଡର ମିଳୁନଥିବା ହେତୁ ହୋଟେଲ , ରେଷ୍ଟୁରାଣ୍ଟ, ଉଠାଜଳଖିଆ ଦୋକାନି ଓ ବାହାଘର ଭୋଜି ଗୁରତର ପ୍ରଭାବିତ ହୋଇଛି । ସରକାରଙ୍କ ଦାୟିତ୍ବ ୩ମାସ ପର୍ଯ୍ୟନ୍ତ ଗ୍ଯାସ ଷ୍ଟକ ରଖିବା । ଖାଇବା ତେଲ ୧୫ଟଙ୍କା ବଢିଛି । ଏହି ହଠାତ ଦରବୃଦ୍ଧି ଖାଉଟିଙ୍କୁ ବାଧିଛି । ବ୍ଲାକ ମାର୍କେଟରେ ସାମଗ୍ରୀ ଗଛିତ ରଖାଯାଇ କୃତ୍ରିମ ଦରବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବି ମାନଙ୍କ ମଧ୍ଯରେ ଏଲପିଜି ଗ୍ଯାସ ଗ୍ରାହକଙ୍କୁ ତୁରନ୍ତ ଯୋଗାଇବା, ସିଲିଣ୍ଡର କଳାବେପାରୀଙ୍କୁ ଧରିବା, ବିଭିନ୍ନ ମାର୍କେଟକୁ ପ୍ରତିଦିନ ଯାଞ୍ଚ କରାଯାଉ । ଏହି ବିକ୍ଷୋଭରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ନେତୃତ୍ବ ନେଇଥିଲେ । ବିଶ୍ବନାଥ ଦାଶ,ସ୍ବାଧୀନ ପଣ୍ଡା,ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବିନାୟକ ଦାସ ମହାପାତ୍ର, ଶରତ ରଥ, ଜୟନାରାୟଣ ପଟ୍ଟନାୟକ, ଉତ୍ତମ ଆଚାର୍ଯ୍ଯ, ଆତ୍ରତ୍ତାଣ ସାହୁ, ଅମରେନ୍ଦ୍ର ପାଇକରାୟ,ଉମାକାନ୍ତ ବରାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

No Result
View All Result