No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାଇବର ଠକାମୀ କରି ୨ ଜଣ ଠକକୁ ପୁରୀ ସାଇବର ଥାନା ପୋଲିସ ଗିରଫ କରିଛି । ଏ ସମ୍ପର୍କରେ ୧୨/୨୬ରେ ମାମାଲା ରୁଜୁ କରାଯାଇଥିଲା । ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତ ଝାଡଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲାର ଦ୍ବାରକାପୁରୀ ର ୪୮ ବର୍ଷୀୟ ତାନସେନ ସିଂସୋଧୀ ଓ ଓଡିଶା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାର ୫୫ ବର୍ଷୀୟ ଭାଗୀରଥି ପ୍ରଧାନ । ଏମାନେ ସାଇବର କ୍ରାଇମ, ଚିଟିଂ, ଟଙ୍କା ଋଣ ଦେବା କହି ବିଭିନ୍ନ ଆଡୁ ଠକୁଥିବା ଅଭିଯୋଗ ରହିଥିଲା ।
ସେମାନଙ୍କ ଠାରୁ ୩ଟି ମୋବାଇଲ, ୧ ବିସା କାର୍ଡ, ୨ ରୂପେ କାର୍ଡ, ୧୩ଟି ଚକବୁକ, ଏନଏଚ ଆରଡି ର ଓରଜିନାଲ ଚେକବୁକ, ୧୩ ଟି ବ୍ଯାଙ୍କ ପାସବୁକ ଓ ଅନ୍ଯାନ୍ଯ ଡକ୍ୟୁମେଣ୍ଟ ଜଗତ କରାଯାଇଛି । ପୋଲିସ ପାଖରେ ଖବର ପହଞ୍ଚିଲା ଯେ ମାର୍ଚ୍ଚ ୯ ତାରିଖ ଦିଲ୍ଲୀର ଅମରେଶ କୁମାର ପୁରୀରୁ ଟଙ୍କା ଋଣ ଆଦାୟ କରିବା ପାଇଁ ଆସୁଅଛି । ପୁରୀ ସାଇବର ଥାନା ଏ ସମ୍ପର୍କରେ ଦୃଷ୍ଟି ରଖିଥିଲା । ତା ପାଖରେ ବହୁ ମୋବାଇଲ ସିମକାର୍ଡ, ଏଟିଏମ କାର୍ଡ ଓ ଆଧାରକାର୍ଡ ଓଡ଼ିଶାବାସୀଙ୍କ ରହିଅଛି । ଏହା ସହ ବହୁ ବ୍ଯାଙ୍କ ପାସବୁକ ବିଭିନ୍ନ ରାଜ୍ୟର ବ୍ଯାଙ୍କ ଚେକବୁକ ରହିଅଛି । ତାଙ୍କ ଆକାଉଣ୍ଟ ବିଷୟରେ ବହୁତ ଅଭିଯୋଗ ରହିଥିଲା । ଲକ୍ଷ ଲକ୍ଷ ଠକେଇ ଟଙ୍କା ବ୍ଯାଙ୍କରେ ଡିପୋଜିଟ ହୋଇ ଉଠାଣ କରାଯାଉଥିଲା । ଅମରେଶକୁ ପୋଲିସ ୯ ତାରିଖରେ ଗିରଫ କରିଥିଲା ।
ଗିରଫ ପରେ ତଦନ୍ତରୁ ଜଣାପଡିଲା ଭାଗିରଥୀ ପ୍ରଧାନ ଏକ ସ୍ବେଛାସେବୀ ନାମରେ ସହଯୋଗ କରୁଥିଲା । ନ୍ଯାସନାଲ ହ୍ୟୁମାନ ରୁରାଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଏନଏଚଆରଡିଆଇ) ରେ ରୋଜଗାର ପେ ନାମରେ ବେଆଇନ ଟଙ୍କା ସଂଗ୍ରହ କରୁଥିଲେ । ଭାଗିରଥୀ ପ୍ରଧାନ ଆକାଉଣ୍ଟରେ ୨ ଲକ୍ଷ ୩୮ ହଜାର ଟଙ୍କା ଡିପୋଜିଟ ହୋଇଥିଲା । ତାନସେନ ସିଂସୋଧୀ ଏହି ଟଙ୍କା ଠକେଇରେ ସଂପୃକ୍ତ ରହିଥିଲା । ଅମରେଶ କୁମାର ନାମରେ ୯ଟି ଅଭିଯୋଗ ରହିଥିଲା । ଅମରେଶଙ୍କୁ ଭାଗିରଥୀ ଓ ତାନସେନ ସହଯୋଗ କରୁଥିଲେ । ଭାଗିରଥୀ ନାମରେ ବାଲିପାଟଣା ଥାନା, ନିମାପଡା ଥାନା, କାକଟପୁର ଥାନା ଓ ଗୋପ ଥାନାରେ ମାମଲା ରହିଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

No Result
View All Result