ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପରିବେଶ ସୁରକ୍ଷା ଓ ଯୁବ ପିଢ଼ୀଙ୍କୁ ପରିବେଶ ସଚେତନତା ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟାଲେକ୍ସ ଫାଉଣ୍ଡେସନ ଫର ସୋସିଆଲ ଆକ୍ଟିଭିଟିଜ୍ (ଆଫସା) ପକ୍ଷରୁ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍ ଠାରେ ପ୍ରଥମ “ୟଙ୍ଗ ଗ୍ରୀନଭୋକେଟ୍ କନକ୍ଲେଭ୍ ସିଜିନ -୧” ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା, ୱେଷ୍ଟ ଟୁ ୱେଲଥ୍, ସଷ୍ଟେନେବଲ ଲାଇଫ ଷ୍ଟାଇଲ ଏବଂ ବାୟୋ ଡାଇଭରସିଟି ଉପରେ ଆୟୋଜିତ କରାଯାଇଛି ।

ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମୋଟ ୨୪ ଟି ସ୍ଲଟ ରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ସମ୍ପର୍କିତ ନୂତନ ଧାରଣା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି କନକ୍ଲେଭ୍ ମାଧ୍ୟମରେ ଯୁବ ପିଢ଼ୀଙ୍କୁ ପରିବେଶ ସୁରକ୍ଷା ଓ ସୁସ୍ଥାୟୀ ଉନ୍ନତି ପ୍ରତି ଆଗ୍ରହୀ କରିବା ସହ ତାଙ୍କର ନୂତନ ଭାବନାକୁ ମଂଚ ଦେବା ଉଦ୍ଦେଶ୍ୟ ସଫଳ ହୋଇଛି । ଆଫସାର ପ୍ରତିଷ୍ଠାତା ଡ଼. ଆଲେକଜାଣ୍ଡାର ଦାସ ଏହି ୟଙ୍ଗ ଗ୍ରୀନଭୋକେଟ ଡାଇଲଗ ଆଗାମୀ ଦିନରେ ଓଡ଼ିଶାରେ ବିଭିନ୍ନ ଜୋନ ଓ ଏହା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କରାଯିବ ବୋଲି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଆଫସାର ସଦସ୍ୟା ଶୁଭଲକ୍ଷ୍ମୀ ଜେନା ପରିଚାଳନା କରିଥିବା ସମୟରେ ସମସ୍ତ ସଦସ୍ୟ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ରମାଦେବୀ ବିଶ୍ୱବିଦ୍ୟାଳୟର ସ୍ୱୟମ ପ୍ରଜ୍ଞା ସାମନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଗ୍ନୁର ତମନ୍ନା ଭୋଇ ଦ୍ୱିତୀୟ ସ୍ଥାନ ଓ ସେଂଟ ଜାଭିଅର୍ ଇଂଟରନ୍ୟାସନାଲ୍ ସ୍କୁଲ, ଯାଜପୁର ରୋଡ ର ଆଦିତ୍ୟ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ଡାଇଲଗ ପ୍ରତିଯୋଗିତାରେ ବିଚାରକ ଭାବରେ ପୂର୍ବତନ ଆଇଏଫଏସ ଅଧିକାରୀ କେଦାର କୁମାର ସ୍ୱାଇଁ ଓ ସର୍ବ ନାରାୟଣ ମିଶ୍ର, ବରିଷ୍ଠ କ୍ଲାଇମେଟ୍ ସାଇନଟିଷ୍ଟ ଆଶୁତୋଷ ଆଚାର୍ଯ୍ୟ, ଆଇଆଇଟି ଭୁବନେଶ୍ୱରର ଶକ୍ତି ସ୍ୱରୂପ ପତି ଯୋଗ ଦେଇ ମୂଲ୍ୟାଙ୍କନ କରି ଫଳାଫଳ ଘୋଷଣା କରିଥିଲେ ।
ପ୍ରଥମ ପୁରସ୍କାର ବିଜେତାଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ସହ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପୁରସ୍କାର ୭,୦୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫,୦୦୦ ଟଙ୍କା ସହିତ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପ୍ରଦାନ ଉତ୍ସବ ରେ ବିଚାରକ ମଣ୍ଡଳୀ ଙ୍କ ସମେତ ଆସୋଚାମର ରାଜ୍ୟ ମୁଖ୍ୟ ପ୍ରିୟବ୍ରତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।














