• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

Proprietor Abhimanyu Maharana by Proprietor Abhimanyu Maharana
March 12, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 
Share on FacebookShare on TwitterWhatsapp

 ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ବଢ଼ିଚାଲିଛି – ମନମୋହନ ସାମଲ 

 ବସ୍ତା, ବାଲେଶ୍ୱର ସଦର, ବଡସାହି, ବେତନଟି ପଂଚାୟତ ସମିତି ଅଧ୍ୟକ୍ଷ ବିଜେପିରେ ଯୋଗଦାନ

 ବାଲେଶ୍ୱର ଜିଲ୍ଲାର ବହୁ ନିର୍ବାଚିତ ଜନପ୍ରତିନିଧି ତଥା ଜିଲ୍ଲାପରିଷଦ ସଭ୍ୟ, ସରପଂଚ, ନାଏବ ସରପଂଚ, କାଉନ୍‌ସିଲର, ୱାର୍ଡସଭ୍ୟ, ବିଭିନ୍ନ ସମବାୟ ବ୍ୟାଙ୍କ ସଭାପତି, ବରିଷ୍ଠ ନେତୃବୃନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ

 ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାର ବହୁ ନିର୍ବାଚିତ ଜନପ୍ରତିନିଧି ତଥା ପଂଚାୟତ ସମିତି ଅଧ୍ୟକ୍ଷ,

ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ନାଏବ ସରପଂଚ, କାଉନ୍‌ସିଲର, ୱାର୍ଡସଭ୍ୟ, ବିଭିନ୍ନ ସମବାୟ ବ୍ୟାଙ୍କ ସଭାପତି, ବରିଷ୍ଠ ନେତା ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଏହି ମିଶ୍ରଣ ଦ୍ୱାରା ଭାରତୀୟ ଜନତା ପାର୍ଟି କେବଳ ବାଲେଶ୍ୱରରେ ନୁହେଁ, ଓଡ଼ିଶାରେ ଓ ଦେଶରେ ଆହୁରି ଶକ୍ତିଶାଳୀ ହୋଇପାରିଛି ।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଖିଛନ୍ତି ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ଲୋକପିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି ।

ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି ।

ବିଜେପି ସରକାରରେ କୃଷିଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନ, ଉଡାଜାହାଜ ନିର୍ମାଣ, ଯୁଦ୍ଧ ଅସ୍ତ୍ରଶସ୍ତ୍ର ତିଆରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହୋଇପାରିଛି । ମୋଦିଜୀ ସାରା ବିଶ୍ୱରେ ଜଣେ ଅଦ୍ୱିତୀୟ ନେତା ଭାବେ ଉଭା ହୋଇଛନ୍ତି । ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ବିଜେପି ସରକାର ଅନେକ ଲୋକାଭିମୁଖୀ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଚାଷୀଙ୍କ ରୋଜଗାର ବୃଦ୍ଧି ନିମନ୍ତେ ଧାନ କିଣା ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଜଳସେଚନ ବ୍ୟବସ୍ଥା,

ସୁଭଦ୍ରା ଯୋଜନା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଳିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା କର୍ପସ ଫଣ୍ଡ, ଯୋଗ୍ୟ ହିତାଧିକାରୀଙ୍କୁ ଭତା ସୁନିଶ୍ଚିତ କରାଇବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରି ଓଡ଼ିଶାର ଲୋକଙ୍କ ପ୍ରିୟଭାଜନ ହୋଇପାରିଛି । ଏସବୁ କାର୍ଯ୍ୟକୁ ଆଗକୁ ନେବା ପାଇଁ ଏବଂ ବିକଶିତ ବାଲେଶ୍ୱର ଗଠନ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅଂଚଳର ବିକାଶ ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ଭାରତୀୟ ଜନତା ପାର୍ଟି ବିନା ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢ଼ିବା ସମ୍ଭବପର ନୁହେଁ । ଏହାକୁ ଦୃଷ୍ଟିରେ ରଖି ଆମେ ସବୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛୁ । ଆଗକୁ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଯୋଗଦାନ ଆହୁରି ବୃଦ୍ଧିପାଇବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପଥକୁ ଅନୁସରଣ କରି ଅଂଚଳ ବିକାଶ ଆମ ସମସ୍ତଙ୍କ ମୂଳ ଲକ୍ଷ୍ୟ ରହିଛି ବୋଲି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା କହିଛନ୍ତି ।

ଆଜିର ମିଶ୍ରଣ ପର୍ବରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ରଞ୍ଜିତ ମହାପାତ୍ର, ବାଲେଶ୍ୱର–ଭଦ୍ରକ ସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କ ଅଧ୍ୟକ୍ଷ ଗଣେଷ ମହାପାତ୍ର, ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ କର, ବସ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ଦାସ, ବାଲେଶ୍ୱର ସଦର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା, ବଡସାହି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୀନତି ସିଂ,

ବେତନଟି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସୁଜାତାରାଣୀ ଦଣ୍ଡପାଟ, ଶ୍ରୀ ନିଶାକର ସେଠୀ, ଶ୍ରୀ ବେନୁଧର ଜେନା, ଶ୍ରୀ ସଞ୍ଜୟ ସେଠୀ, ନିଖିଳ ଓଡିଶା ମତ୍ସ୍ୟଜୀବୀ ସଂଘ ସଂଯୋଜକ ତଥା ପୂର୍ବତନ ଜିଲ୍ଲା ସଭାପତି ବାଦଲ ଦାସ, ଘରୋଇ ବସ୍ ସଂଘ ସଂପାଦକ ଅଜୟ କୁମାର ବିଶ୍ୱାଳ, ବରିଷ୍ଠ ନେତା ସୁବ୍ରତ କୁମାର ପଣ୍ଡା, ପ୍ରଦୀପ କୁମାର ବିଶ୍ୱାଳ, ଅଜୟ କୁମାର ସାମଲ, ରଞ୍ଜନ ଧଳ,

ସିମୋନ ଦାସମହାପାତ୍ର, ବସ୍ତା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଯାମିନୀକାନ୍ତ ନାୟକ, ଅନନ୍ତ ପାଶା, ପ୍ରକାଶ ଦଳେଇ, ରବିନାରାୟଣ ପଣ୍ଡା, ଅନୁପମ ମହାନ୍ତି, ଭାଗବତ ସାହୁ, ବାଲେଶ୍ୱର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ବରିଷ୍ଠ ନେତା ଦେବ କୁମାର ଦେ, ଅନିରୁଦ୍ଧ ପ୍ରଧାନ, ଶକ୍ତିପଦ ରାୟ, ଅନିତା ଭୁୟାଁ, ଶୁଭମ ସାଇ ମହାପାତ୍ର, ଚନ୍ଦନେଶ୍ୱର ବେହେରା, ଜୟନ୍ତ ଦାସ, ଚନ୍ଦ୍ରମୋହନ ଦାସ, କୈଳାଶ ମଲ୍ଲିକ, ଭଜନ ବେହେରା,

ସରପଂଚ ଜଗବନ୍ଧୁ ବାର, ମନୋରଂଜନ ବିଶ୍ୱାଳ, ମମତା ସେଠୀ, କମଲ ସାହୁ, କର୍ପୁରି ସେଠୀ, ବୃନ୍ଦାବତୀ ପ୍ରଧାନ, ଲୋପମୁଦ୍ରା ରାଉଳ, ରମାକାନ୍ତ ସେଠୀ, ସୁକାନ୍ତ ମାନିକ, ସାବିତ୍ରୀ ସିଂହ, ବିଶ୍ୱାମ୍ବର ବେହେରା, ମହାଦେବ ସିଂହ, ରଘୁନାଥ ସିଂହ, କୁନା ସିଂହ, ସକର ହାଁସଦା, କାଳିଚରଣ ସିଂହ, କାଉନ୍‌ସିଲର ରଞ୍ଜିତା ମହାପାତ୍ର, ଅମିତ ନାୟକ, ପ୍ରିତିଲତା ସେଠୀ, ଦେବାଶିଷ ସିଂହ, ଗୋବିନ୍ଦ ଚନ୍ଦ୍ର ସାହୁ,

ସୁମିତ୍ରା ମହାପାତ୍ର, ଝରଣା ସେଠୀ, ସୁରେଶ ପୁଜାପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର, ଦୀପକ ସାହୁ, ଭଗବାନ ସାହୁ, ସ୍ମୃତିରଞ୍ଜନ ପଣ୍ଡା, ଶରତ ବେହେରା, ପ୍ରଦୀପ ଜେନାଙ୍କ ସମେତ ଅନେକ ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ଓ ବରିଷ୍ଠ ନେତୃବୃନ୍ଦ ନିଜ ନିଜ ଶତାଧିକ କାର୍ଯ୍ୟକର୍ତାଙ୍କ ଗହଣରେ ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ସରକାରଙ୍କ ଉପ ମୁଖ୍ୟସଚେତକ ତଥା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ, ସନାତନ ବିଜୁଳି, ସନ୍ତୋଷ ଖଟୁଆ, ପଦ୍ମଲୋଚନ ପଣ୍ଡା, ବାବୁ ସିଂ, ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ରାଜ୍ୟ ସାଧାରଣ ସଂପାଦକ ବିଂରଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।
 
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version