• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

Proprietor Abhimanyu Maharana by Proprietor Abhimanyu Maharana
March 10, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 
Share on FacebookShare on TwitterWhatsapp

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା, ୧୧0ଦୋଳର ଭବ୍ୟ ମେଳଣ : ଯୋଗ ଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ନୟାଗଡ଼ ଜିଲ୍ଲାର ଐତିହ୍ୟବାହୀ ରଣପୁର ସହରରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ଶ୍ରୀମତୀ  ସୁରମା ପାଢୀ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲାର ଐତିହ୍ୟବାହୀ ରଣପୁର ସହରରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଧୁମଧାମ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ପାରମ୍ପରିକ ଉତ୍ସବ ଅବସରରେ ରଣପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀ ଓ ତଳ ମଣିନାଗ ପୀଠରେ ପ୍ରଥମେ ମାର୍ଜଣା ନୀତି ସମ୍ପନ୍ନ କରାଯାଇଥିଲା ।

ପରେ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଉପର ମଣିନାଗଙ୍କ ପୀଠରେ ମାର୍ଜଣା ନୀତି ସାରିବା ପରେ ସେଠାରୁ ଆଜ୍ଞାମାଳ ଆଣାଯାଇ ଯାତ୍ରାର ଆରମ୍ଭ ହୋଇଥିଲା । ପ୍ରତିବର୍ଷର ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାତି ପ୍ରାୟ ୧୧ଟା ସମୟରେ ରଣପୁରର ପଞ୍ଚୁ ମହାଦେବ-ଶ୍ରୀ ସ୍ଵପ୍ନେଶ୍ୱର,

ଶ୍ରୀ ଚଣ୍ଡେଶ୍ୱର, ଶ୍ରୀ ବାଲୁଙ୍କେଶ୍ୱର, ଶ୍ରୀ ଦଣ୍ଡା ବାଲୁଙ୍କେଶ୍ୱର ଓ ଶ୍ରୀ ହରିହରେଶ୍ୱରଙ୍କ ସହ ଅନ୍ୟାନ୍ୟ ଠାକୁରମାନେ ସ୍ଵପ୍ନେଶ୍ୱର ମନ୍ଦିରର ବିଭା ମଣ୍ଡପରେ ଏକତ୍ରିତ ହୋଇଥିଲେ । ପରେ ମା’ ମଣିନାଗ ଏକ ଭବ୍ୟ ଶୋଭାଯାତ୍ରାରେ ପଞ୍ଚୁଦୋଳ ପଡ଼ିଆକୁ ଆସି ସେଠାରେ ଆସ୍ଥାନ ଗ୍ରହଣ କରିଥିଲେ ।

ଏହାପରେ ପଞ୍ଚୁ ମହାଦେବ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିବା ସହ ମନ୍ଦିରରୁ ଦୋଳପାଟି ଆସି ସେମାନଙ୍କ ସହ ଏକତ୍ରିତ ହୋଇଥିଲା । ପଞ୍ଚୁଦୋଳ ମେଳଣ ଉଦ୍ଦେଶ୍ୟରେ ରବିବାର ରାତିରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦେବୋତ୍ତର ବିଭାଗ ପକ୍ଷରୁ ନିମନ୍ତ୍ରିତ ୧୧୧ଟି ମହାଦେବ ଓ

ରାଧାମାଧବଙ୍କ ସୁସଜ୍ଜିତ ବିମାନ ଆସି ରୁଣ୍ଡ ହୋଇଥିଲା । ବିଭିନ୍ନ ଗ୍ରାମ ଓ ପରିସରରୁ ଆସିଥିବା ଦୋଳ ସଜ୍ଜିତ ବିଗ୍ରହମାନଙ୍କ ଆଗମନରେ ପରିବେଶ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା । ସମସ୍ତ ଦୋଳ ସଜ୍ଜିତ ଠାକୁରମାନେ ପହଞ୍ଚିବା ପରେ ଢ଼ୋଲ, ତୂରୀ, ମୃଦଙ୍ଗ,

ଘଣ୍ଟ ଘଣ୍ଟା ତଥା ବାଣ ଓ ରୋଶଣୀର ଆଲୋକରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ବଡ଼ଦଣ୍ଡ ପରିକ୍ରମା କରି ସୋମବାର ଭୋର ସମୟରେ ପଞ୍ଚୁଦୋଳ ପଡ଼ିଆକୁ ପହଞ୍ଚିଥିଲା । ପରେ ମା’ ମଣିନାଗ ଓ ପଞ୍ଚୁ ମହାଦେବ ଆସ୍ଥାନ ଗ୍ରହଣ କରିବା ସହ ଚତୁଃପାର୍ଶ୍ୱରେ ଦୋଳ ବିରାଜିତ ବିଗ୍ରହମାନଙ୍କ ପାଇଁ ନିର୍ମିତ ବିଭିନ୍ନ ସ୍ଥାନରେ ସେମାନଙ୍କୁ ବିରାଜମାନ କରାଯାଇଥିଲା ।

ଏହି ଭବ୍ୟ ଦୋଳଯାତ୍ରାରେ ସୁସଜ୍ଜିତ ମେଢ଼, ଘୋଡ଼ା ନାଚ, ମା’ ସମଲେଶ୍ୱରୀ କଳାବିକାଶ କେନ୍ଦ୍ରର ଆକର୍ଷଣୀୟ ପ୍ରଦର୍ଶନ, ସିଂଘ ବାଜା, ଆଲୋକ ତୋରଣ, ଚାରିଟି ଡିଜେ ଗାଡ଼ି, ହଂସଭାର ଘଣ୍ଟୁଆ ଓ ମହିଳା ସଂକୀର୍ତ୍ତନ ଦଳର ଭକ୍ତିମୟ କୀର୍ତ୍ତନ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା । ବାଜା, ବାଣ ଓ ରୋଶଣୀର ଆଲୋକରେ ରଣପୁରର ବଡ଼ଦଣ୍ଡ ଉତ୍ସବମୁଖର ପରିବେଶରେ ଦୁଲୁକି ଉଠିଥିଲା ।

ସୋମବାର ଦିନ ଭରି ଭକ୍ତମାନେ ୧୧୧ ମହାଦେବଙ୍କ ଦର୍ଶନ କରିବା ସହ ମା’ ମଣିନାଗଙ୍କ ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭକ୍ତମାନଙ୍କ ଦର୍ଶନ ସୁବିଧା ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିବା ସହ ଦୋଳ ମଣ୍ଡପଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଟେଣ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ପରେ ଗୋଧୂଳି ସମୟରେ ମା’ ମଣିନାଗଙ୍କ ସହ ସମସ୍ତ ଦୋଳ ବିରାଜିତ ବିଗ୍ରହମାନଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ପ୍ରଥମେ ସଭାପତିତ୍ୱ କରୁଥିବା ମା’ ମଣିନାଗଙ୍କୁ ଅସ୍ଥାନରୁ ବିଦାୟ ଦିଆଯାଇଥିଲା । ଏହାପରେ ସମସ୍ତ ଦୋଳ ବିଗ୍ରହମାନେ ଏକ ଭବ୍ୟ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ପହଞ୍ଚି ସେଠାରେ ଆଳତି ଗ୍ରହଣ କରିବା ସହ ଭୋଗ ପ୍ରସାଦ ଓ ଶାଢ଼ି ଗ୍ରହଣ କରିଥିଲେ । ପରେ ସମସ୍ତ ଦୋଳ ଠାକୁରମାନେ ନିଜନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହି ଦୋଳ ଯାତ୍ରାରେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଠାକୁର ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଉତ୍ସବରେ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶାନ୍ତିଶୃଙ୍ଖଳା ମଧ୍ୟରେ ଦୋଳଯାତ୍ରା ସଫଳତାର ସହ ସମାପ୍ତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version