• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

Proprietor Abhimanyu Maharana by Proprietor Abhimanyu Maharana
March 10, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ
Share on FacebookShare on TwitterWhatsapp

ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) କୁଦିଆରୀ  :- ଫାଲ୍‌ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ । ଏହି ଭିତରେ ଆରମ୍ଭ ହୁଏ ଦୋଳଯାତ୍ରା । ତେବେ ଦୋଳଯାତ୍ରା ଦୁଇ ସ୍ତରରେ ହୋଇଥାଏ । ଫଗୁ ଦଶମୀରୁ ଦୋଳ ପୂର୍ଣ୍ଣୀମା ଗୋଟିଏ ସ୍ତର ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଦଶଦୋଳ ପର୍ଯ୍ୟନ୍ତ ଆଉ ଗୋଟିଏ ସ୍ତର । ତେବେ ପଞ୍ଚୁଦୋଳ ଲାଗି ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ଦୋଳ ମେଳଣ ମଧ୍ୟରେ ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ମେଳଣ, ସେହିପରି ଓଳକଣା ମେଳଣ ଏବଂ ବାଳକାଟି ପଞ୍ଚୁଦୋଳ ମେଳଣ ରହିଥାଏ । ତେବେ ଦୋଳ ପୂର୍ଣ୍ଣୀମା ପର ଠାରୁ ତ୍ରିଦୋଳ, ପଞ୍ଚୁଦୋଳ, ସାତଦୋଳ, ଦଶଦୋଳ ଭଳି ମେଳଣ ରହିଛି ।

ଫଗୁ ଦଶମୀଠାରୁ ବାବା ପଶ୍ଚିମା ଶମ୍ଭୁ ସୋମନାଥ ଦେବ ଚାଚେରୀ ଭୋଗ ଖାଇବା ଆରମ୍ଭ କରିଥାନ୍ତି. ପ୍ରଥମେ ହରିରାଜପୁର ଗ୍ରାମରେ ଚାଚେରୀ ଭୋଗ ଖାଇବା ପରେ ପଡୋଶୀ ଗ୍ରାମରେ ଭୋଗ ଖାଇବା ପରେ ଦୋଳ ପୂର୍ଣ୍ଣିମା ଦିନ ବାବା ସୋମନାଥ କୁଦିଆରୀ ଗ୍ରାମରେ ଚାଚେରୀ ଭୋଗ ଖାଇବା ପରେ କୁଦିଆରୀ ଗ୍ରାମର ଶ୍ରୀପତିତପାବନ ଦେବ ଓ ଚନ୍ଦ୍ରଶେଖର ଦେବ ଭୋଗ ଖାଇଥାନ୍ତି.ଏହାପରେ କୁଦିଆରୀ ପଥର ଚକଡାରେ ହରିହର ଭେଟ ହୋଇଥାଏ. ଏହି ଦିନ ବାବା ସୋମନାଥ ପଞ୍ଚୁ୍‌ଦୋଳ ମେଳଣ ପାଇଁ ଶ୍ରୀପତିତପାବନ ଓ ଚନ୍ଦ୍ରଶେଖର ଦେବଙ୍କୁ ନିମନ୍ତ୍ରଣ କରିଥାନ୍ତି. ତେବେ ହରିରାଜପୁର ମେଳଣର ବିଶେଷତ୍ୱ ହେଲା- ଏଠାରେ ଜମାଣ ରାତ୍ରିରେ ମଧ୍ୟରାତ୍ରୀରୁ ଭୋର୍‌ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଆତସବାଜି କାର୍ଯ୍ୟକ୍ରମ ଏବଂ ମେଳଣ ଦିନ ଗୋଧୂଳି ଲଗ୍ନରେ ଠାକୁରଙ୍କ ମେଳଣ ତଥା ହରିହର ଭେଟ ।

ଏହି ଯାତ୍ରା ଦେଖିବା ଲାଗି ଓଡ଼ିଶା ସମେତ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ତଥା ଦର୍ଶକ ଆସିଥାନ୍ତି । ଆସନ୍ତ ୮ ତାରିଖ ଦିନ ହରିରାଜପୁର ଜମାଣ ଏବଂ ୧୨ ତାରିଖ ଦିନ ଠାକୁର ମେଳଣ ହେବ । ଏଥିପାଇଁ ପ୍ରସ୍ତୁତି ହୋଇଛି ହୋଇଛି । ଆସନ୍ତା କାଲି ମେଳଣ ଜମାଣ. ଭଣ୍ଡାରଘରୁ କୋଠଭୋଗ ଆସିବା ପରେ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବ ଜମାଣ ରାତିରେ ମନ୍ଦିରରୁ ବାହାରିଥାନ୍ତି । ବାହାରିବା ପରେ ବାଟ ଅଗଣାରେ ରହିଥାନ୍ତି । ସେଠାରେ କୋଠଭୋଗ ଲାଗି କରାଯାଇଥାଏ । ପରେ ଠାକୁର ଦୋଳବିମାନକୁ ବିଜେ କରିବା ସହ ପଶ୍ଚିମଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ବିଜେ ଯାତ୍ରା କରିଥାନ୍ତି ।

ପଟୁଆରରେ ବାହାରିବା ସମୟରେ ବାଟରେ ଥିବା ଶ୍ରୀଗୋପାଳଜୀ (ମଠ ଠାକୁର) ଓ ବାଳମୁକୁନ୍ଦଦେବ ପାଲିଙ୍କିରେ ଥାନପତିଙ୍କ ସହିତ ଏହି ପଟୁଆରରେ ଯାଇଥାନ୍ତି । ଏହି ଅବସରରେ ଆତସବାଜି ପ୍ରଦର୍ଶନ ସହ ରଙ୍ଗବେରଙ୍ଗ କଳରଙ୍ଗ, ବାଦ୍ୟ, ରୋଷଣୀ, ଘଣ୍ଟଘଣ୍ଟା, ଭେରିତୁରୀ, ଶଙ୍ଖନାଦ, ନାଗାନାଚ, ପଟ୍ଟା ଖେଳ, ସଖି ଓ ରାଜାରାଣୀ ନାଚରେ ଚତୁଃପାଶ୍ୱର୍‌ ପ୍ରକମ୍ପିତ ହୋଇଥାଏ । ଏହାଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମେଳଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଅନ୍ୟୁନ ୮୦ଟି ହରିହର ବିଗ୍ରହ ଦୋଳବିମାନରେ ଉପବିଷ୍ଟ ହୋଇଥାନ୍ତି ।

୫ ଦିନ ରହଣୀ ମଧ୍ୟରେ ଦୈନିକ ହଜାର ହଜାର ସଂଖ୍ୟାର ଭକ୍ତ ଠାକୁରମାନଙ୍କୁ ଫଗୁସିଞ୍ଚନ କରିବା ସହିତ ଭୋଗ ଲାଗିକରିଥାନ୍ତି । ଜମାଣ ରାତ୍ରରେ ଚିତ୍ତାକର୍ଷକ ଆତସବାଜୀ ପ୍ରଦର୍ଶନ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରଖ୍ୟାତ ବାଣ କାରିଗରମାନଙ୍କ ବ୍ୟତୀତ ମାନସିକ ପୂରଣ ହୋଇଥିବା ବହୁ ଭକ୍ତ ଏଠାରେ ରାତି ତମାମ ବାଣ ଫୁଟାଇଥାନ୍ତି । ଏହା ଅତ୍ୟନ୍ତ ବିରଳ । ଡେଲାଙ୍ଗ ଥାନା ଅଧିନରେ ଥିଲେ ବି ଜଟଣୀ ଅଞ୍ଚଳରେ ଏହାର ପ୍ରସିଦ୍ଧି ଅଧିକ ରହିଛି । ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରୁ ପୂର୍ବକୁ ମାତ୍ର ଦୁଇ କିଲୋମିଟର ଗଲେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପଡ଼େ । ସେଠାରୁ ଏକ କିଲୋମିଟର ଦୂରରେ ସୋମନାଥ ଦେବଙ୍କ ମେଳଣ ପଡ଼ିଆ ।

ପିପିଲି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ମେଳଣ ପଡ଼ିଆ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଠାର ମାତ୍ର ୧୪ କିଲୋମିଟର ଦୂରରେ ହରିରାଜପୁର ମେଳଣ ପଡ଼ିଆ । ଯୋଗାଯୋଗ ଦୃଷ୍ଟିରୁ ସବୁ ଦିଗକୁ ମେଳଣ ପଡ଼ିଆର ସଂଯୋଗ ରହିଥିବାରୁ ଜମାଣ ଓ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହି ଶୈବପୀଠର ମହାତ୍ମ୍ୟ ଅନ୍ୟାନ୍ୟ ଶୈବପୀଠ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରର ପୂର୍ବ ଓ ପଶ୍ଚିମ ପାଶ୍ୱର୍ରେ ଦୁଇଟି ଶ୍ମଶାନ ରହିଥିବାବେଳେ ଉତ୍ତରରେ ହରିରାଜପୁର ଓ ବଅଙ୍ଗ ଗ୍ରାମ, ଦକ୍ଷିଣରେ ବିସ୍ତୀର୍ଣ୍ଣ କୃଷିକ୍ଷେତ୍ର ଓ ଚିରସ୍ରୋତା ଦୟାନଦୀ ।

ଏହି ପୀଠରେ ରହିଥିବା ପୁଷ୍କରିଣୀରେ ସ୍ନାନକରି ପ୍ରଭୁଙ୍କୁ ଦର୍ଶନ କଲେ ଦୂରାରୋଗ୍ୟ ରୋଗ ମଧ୍ୟ ଭଲ ହୋଇଥାଏ । ପୀଠର ଅନ୍ୟଏକ ବିଶେଷତ୍ୱ ହେଲା ସବୁ ଶୈବପୀଠରେ ବେଲପତ୍ରରେ ଅନ୍ନଭୋଗ କରାଯାଉଥିବାବେଳେ ଏଠାରେ ବେଲପତ୍ର ଓ ତୁଳସୀପତ୍ର ଉଭୟରେ ଭୋଗ ସମର୍ପଣ କରାଯାଏ । କିମ୍ବଦନ୍ତୀ ଓଜନଶ୍ରୁତିରୁ ଜଣାଯାଏ ନିକଟସ୍ଥ ଗ୍ରାମର ଏକ ବ୍ୟକ୍ତି କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ପ୍ରଭୁଙ୍କୁ ଆରାଧନା କରିବ।।ବଳେ ପ୍ରଭୁ ଶ୍ରୀସୋମନାଥ ଦେବ ଉକ୍ତ ବ୍ୟକ୍ତି ପ୍ରତି ସନ୍ତୁଷ୍ଟ ହୋଇ ଆଗକୁ ଆସିବାକୁ କହିଥିଲେ । ହେଲେ ସେହି ବ୍ୟକ୍ତିଟି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବାରୁ ପ୍ରଭୁ ତାଦ’ ଡାକରେ ବୁଲିପଡ଼ିଥିଲେ ।

ଯାହାଫଳରେ ଠାକୁର ପଶ୍ଚିମାମୁଖା ହୋଇ ସେହି ଦିନ ଠାରୁ ପୂଜା ପାଉଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଠାକୁରଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ପ୍ରତିମାସ ସଂକ୍ରାନ୍ତୀ, ଚତୁର୍ଦ୍ଦଶୀ, ଶୀତଳ ଷଷ୍ଠୀ ଓ ଶିବରାତ୍ରୀ ପର୍ବ ମୁଖ୍ୟ ହୋଇଥିବାବେଳେ ସବୁଠାରୁ ବଡ଼ ପର୍ବ ହେଲା ପଞ୍ଚୁଦୋଳ ଯାତ୍ରା, ଯାହା ଶହଶହ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି ବୋଲି ମନ୍ଦିର ସେବାୟତ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି । ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ମେଳଣ ପଡ଼ିଆରେ ୫ଦିନ ପାଇଁ ପାଖ ପଡୋଶୀ ଗାଁ ସବୁର ଆରଧ୍ୟ ଦେବତାମାନଙ୍କ ସହ ଏକାଠି ହୁଅନ୍ତି ଓ ବନ୍ଧୁମିଳନ ହୁଏ ।

ତାପରେ ୫ଦିନରେ ପ୍ରଭୁ ପୁଣି ମନ୍ଦିରକୁୁ ବାହୁଡ଼ି ଥାଆନ୍ତି । ଜଗନ୍ନାଥଙ୍କ ଯେମିତି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରା କରନ୍ତି, ପ୍ରଭୁ ସୋମନାଥ ମଧ୍ୟ ସେହିଭଳି ସାଙ୍ଗରେ ବାଳମୁକୁନ୍ଦ ଦେବ ଓ ରାଧାକୃଷ୍ଣଙ୍କୁ ନେବାର ପରମ୍ପରା ରହକ୍ଟଛି । ଖାଲି ସେତିକି ନୁହେଁ ରଥଯାତ୍ରାରେ ଯେମିତି ତିନି ରଥର ବ୍ୟବସ୍ଥା ରହିଛି ଏହି ଯାତ୍ରାରେ ସେମିତି ୩ ଦୋଳ ବିିମାନ ଯିବାର ବ୍ୟବସ୍ଥା ରହିଛି । ଆଉ ଗୋଟିଏ ବଡ଼ କଥା ହେଲା ଏହି ଯାତ୍ରାର ଉତ୍ପ ି ବିଷୟାର ଇତିହାସ ଯାହା କହେ ତାହା ଏହି ଯେ, ଦିନେ ଏହି ଗାଁ ର କିଛି ଲୋକ ପୁରୀ ଯାତ୍ରା ଦେଖି ଫେରୁଥିବା ବେଳେ ଏହି ଯାତ ବା ମେଳଣର ପରିକଳ୍ପନା କରିଥିଲେ ।

ପ୍ରଥମେ ସ୍ଥାନୀୟ କୁଶମାଟି ଛଣଘର ଗ୍ରାମର ଗତିଶ୍ୱର ଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱର ଦେବ, ଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବ ଓ ବୁଢ଼ାପଡ଼ା ଗ୍ରାମର ସୋମନାଥ ଦେବ ଏହି ପା ଠାକୁରଙ୍କୁ ନେଇ ଆରମ୍ଭ ହୋଇଥିଲା ମେଳଣ । ଧିରେ ଧିରେ ବଢ଼ିଲେ ଯେ ବଢ଼ିଲେ ଓ ଏଠାରେ ଏକଦା ୧୦୮ ଠାକୁରଙ୍କ ଦୋଳ ବିମାନର ମେଳଣ ହେଲା । ତେବେ ବର୍ତ୍ତମାନ ୭୪ରୁ ୭୫ ଦୋଳ ମେଳଣରେ ସାମିଲ ହେଉଛନ୍ତି । ମାନସିକ କରୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଲେ ଓ ସେମାନେ ଯାତ୍ରାକୁ ବଳିଷ୍ଠ କରିବାରେ ଲାଗିଲେ । ଦିନେ ଏମିତି ସମୟ ଆସିଲେ ଏହାକୁ କିଛି ଲୋକ ମାନସିକ ମେଳଣ ବୋଲି କହିବା ଆରମ୍ଭ କରିଥିଲେ ।

ତେଣୁ ଜମାଣ ଠାରୁ ମେଳଣ ପର୍ଯ୍ୟନ୍ତ ୫ଦିନ ଯାଏଁ ଏହି ମେଳଣ ପଡ଼ିଆରେ ଭକ୍ତଙ୍କ ସମାଗମ ହୁଏ । ଜମାଣ ଦିନ ରାତିରେ ଆକାଶ ଯେମିତି ଆତସବାଜି ଧୂଆଁରେ ଧୂମାୟିତ ହୁଏ ସେଥିରୁ ତାରା ହଜିଯାଏ । ମେଳଣ ଦିନ ସେହିପରି ଆକାଶ ଫଗୁ ବା ଅବିର ରଙ୍ଗରେ ଧୂସରିତ ହୋଇପଡ଼େ । ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମେଳଣ ଖୁ ିସ୍ଥିତ ବିମାନରୁଢ଼ ହୋଇ ଠାକୁରଙ୍କୁ ଫଗୁ ଫୋପାଡ଼ି ମାନସିକ ମନାସି ଥାଆନ୍ତି । ଏହି ମେଳଣ କୃଷକ, କୃଷି ଉପକରଣ କିଣିବା ପାଇଁ ଅନେକ ଯାତ୍ରାକୁ ଅପେକ୍ଷା କରୁଥିଲେ । ହେଲେ ଏବେ ସମୟ ବଦଳି ଯାଇଛି । ତଥାପି ମେଳଣ ଅବସରରେ ଗୋରୁହାଟ, ରୋଦ୍ର, ଡୋଲି ଓ ବାଉଁଶ ତିଆରି ଆସବାବପତ୍ରର ସମାଗମ ଏଠାରେ ଦେଖିବାକୁ ମିଳେ ।

ଲୋକେ ପୁଅ ଝିଅ ବାହାଘର ପାଇଁ ଜିନିଷପତ୍ର କିଣାବିକା ସକାଶେ ଏହି ଯାତ୍ରାକୁ ଚାହିଁ ରହୁଥିଲେ । ଗାଁ ଗହଳିର କୁଟୀର ଶିଳ୍ପ ଓ କାରିଗରମାନେ ଏହି ଯାତ୍ରା ଉପରେ ନିର୍ଭର କରୁଥିଲେ । ଆଜି କିନ୍ତୁ ସମୟ ବଦଳିଛି । ଦୀର୍ଘ ଦୁଇମାସ ଧରି ଚାଲୁଥିବା ଏହି ଯାତ୍ରା ମାତ୍ର ଦିନ କେଇଟାରେ ସରିଯାଉଛି । ଆଜି ସିନା ସେତେବେଳର ବ୍ୟବସାୟ ନାହିଁ ହେଲେ କର୍ପୁର ଉଡ଼ିଯାଇଥିବା କନା ଭଳି ପଡ଼ିରହିଛି ଯାତ୍ରା ଓ ମେଳଣ । ଏହି ଯାତ୍ରା ଓ ମେଳଣ ପଡ଼ିଆରେ ବିମାନସ୍ଥିତ ସୋମନାଥଙ୍କୁ ଅବିର ବୋଲି ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତଙ୍କ ଗହଳିରେ କିଛି ପରିବ ର୍ନ ହୋଇନାହିଁ । ରାଜ୍ୟ ସରକାର ଚାହିଁଲେ ଏହା ଏକ ମହୋତ୍ସବରେ ମାନ୍ୟତା ପାଆନ୍ତା ।

ଏହି ମେଳା ସମୟରେ ଏଠାରେ ରାଜ୍ୟ ସରକାର ହସ୍ତଶିଳ୍ପ ମେଳାର ଆୟୋଜନ କରନ୍ତେ ତେବେ ଆହୁରି ସରସ, ସୁନ୍ଦର ହେବା ସହ ଭାଇଚାରାର ନିଦର୍ଶନ କହୁଥିବା ଏହି ପ ୁଦୋଳ ମେଳଣ ଅଧିକ ôବଳଷ୍ଠ ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଗତ କିଛିବର୍ଷ ହେଲା ସ୍ଥାନୀୟ ଯୁବକ ସଂଗଠନ ଓ ମେଳଣ କମିଟି ପକ୍ଷରୁ ମେଳଣ ଅବସରରେ ହରିରାଜ ପୁର ମହୋତ୍ସବର ଆୟୋଜନ କରାଯାଉଛି । ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷ ଏହି ମହୋତ୍ସବରେ ଯୋଗଦେବା ସହିତ ରାଜଧାନୀ ଉପକଣ୍ଠର ଏହି ପ୍ରସିଦ୍ଧ ମେଳଣ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରୁଛନ୍ତି । ଚଳିତବର୍ଷ ମେଳଣକୁ ଅଧିକ ଆକର୍ଷଣ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ହରିରାଜପୁରର ପୂର୍ବତନ ସରପଞ୍ଚ ତଥା ମେଳଣ କମିଟିର ସଂପାଦକ ପ୍ରସନ୍ନ ମହାରଥୀ ପ୍ରକାଶ କରିଛନ୍ତି l  ହରପ୍ରସାଦ ଦାସ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026

Recent News

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version