ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶୁକ୍ରବାର ସକାଳ ସାଢେ ଏଗାରଟା ବେଳେ 1 ଗାଡିଶାଗଦା ଥାନାର ଏସ୍ଆଇ ଟି. କେ. ମିଶ୍ର ନେତୃତ୍ୱରେ ପ୍ୟାଟ୍ରୋଲିଂ କରୁଥିଲେ | ଏହି ସମୟରେ ଗୁପ୍ତ ସୂଚନା ପାଇଥିଲେ ଯେ କଳାମାଟି ଗ୍ରାମର ରାମ ରଞ୍ଜନ ମହାପାତ୍ର ନାମକ ବ୍ୟକ୍ତି ତାଙ୍କ ଘରେ ବହୁ ପରିମାଣରେ ଗନପାଉଡର ଓ ଫୋଟୋକା ତିଆରି ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ସଞ୍ଚୟ କରି ରଖିଛି । ଏହି ସୂଚନା ପାଇ ପୋଲିସ ଦଳ ତତ୍କ୍ଷଣାତ୍ ଘଟଣାସ୍ଥଳରେ ଚଡ଼ାଉ କରିଥିଲେ ।















