ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (ଫଟୋ) ଶ୍ରୀ ରାଜୁ ସିଂଙ୍କୁ ବିଭାଗ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି ରାଜୁ ସିଂଙ୍କ ନିରାମୟ ଭବିଷ୍ୟତ କାମନା କରିବା ସହ ତାଙ୍କ କାର୍ଯ୍ୟ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କରିଥିଲେ ।

ନିର୍ଦ୍ଦେଶକ ଶ୍ରୀ ଦାସପଟ୍ଟନାୟକ ରାଜୁ ସିଂଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ରାଜୁ ସିଂ ନିଜ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ସହକର୍ମୀମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ସହକାରୀ ନିର୍ଦ୍ଦେଶକ ଶ୍ରୀ ସିଂ ଦୀର୍ଘ ବର୍ଷ ଧରି ବିଭାଗରେ ଫଟୋଗ୍ରାଫର ଭାବେ ନିଜର ଦାୟିତ୍ୱ ନିର୍ବାହ କରିବା ସହ ନିଜର ଦକ୍ଷତା ପାଇଁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ।

ସେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ ଏବଂ ଜଣେ ଅଭିଜ୍ଞ ଫଟୋଗ୍ରାଫର ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ସେକ୍ କଲାମୁଦ୍ଦିନ୍, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର, ଫଟୋ ଅଧିକାରୀ ନିରଞ୍ଜନ ବରାଳ, ଗିରୀଶ କୁମାର ସ୍ୱାଇଁ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ରାଜୁ ସିଂଙ୍କ ସହ ସେମାନଙ୍କର ବନ୍ଧୁତ୍ୱ ଓ ଅନୁଭୂତି ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶକ ସ୍ମିତା କର, ଉପଶାସନ ସଚିବ ସୁନନ୍ଦା ମିଶ୍ର ଓ ଅବନୀ କାନ୍ତ ବେହେରା, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ଓ ଶ୍ରୀ ଅଶ୍ୱିନୀ ଭୋଇଙ୍କ ସମେତ ବିଭଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।