No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- 2027 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲ୍ଲା ପରିଷଦ, ବ୍ଲକ ଓ ପଞ୍ଚାୟତ ଦଖଲ କରିବ l କାରଣ ବିଜେଡି ସରକାର 24 ବର୍ଷ ଭିତରେ ଯାହା ନକରିଛି ଭାଜପା ତାହା 2 ବର୍ଷ ଭିତରେ କରିଦେଖାଇଛି l ଗରିବ ଲୋକଙ୍କୁ ପିଏମ, ସିଏମ କିସାନ ଯୋଜନାରେ ଆର୍ଥିକ ସହାୟତା ସହ ଜଗତସିଂହପୁର ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଇଞ୍ଜିନିଅରିଙ୍ଗ କଲେଜ, ମେଡିକାଲ କଲେଜ, ସାରଳା ସ୍ପିନିଙ୍ଗ ମିଲ ରିଭାଇଵ କରିବା ହାତକୁ ନେଇଛନ୍ତି ଏଣୁ ଏହିଜିଲା ଆଗାମୀ 3 ବର୍ଷ ଭିତରେ ବିକଶିତ ଜିଲ୍ଲା ଭାବରେ ପରିଗଣିତ ହେବ l

ସରକାରଙ୍କ ସମସ୍ତ ମୌଳିକ ସୁବିଧା ଲୋକମାନଙ୍କ ପାଖରେ ପହଂଚିବ ବୋଲି ରବିବାର ବାଲିଆ ଷ୍ଟୋର ଠାରେ ଆୟୋଜିତ ଭାଜପା ର ମହା ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ ଉଚ୍ଛବରେ ଓଡିଶା ସ୍ଲୀପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରକାଶ କରିଛନ୍ତି l ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରାଜକିଶୋର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବାଲିକୁଦା ଏରଷମା ଭାଜପା ନେତା ସତ୍ୟସାରଥୀ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସମାଜସେବୀ ଦେବୀପ୍ରସାଦ ତ୍ରିପାଠୀ, ନୃସିଂହ କୁମାର ଦାଶ,

ନେତ୍ରାନନ୍ଦ ପାତ୍ର, ଭାଜପା ଜିଲ୍ଲା ଓବିଶି ମୋର୍ଚ୍ଚାର ସଭାପତି ସୁବୋଧ କୁମାର ବାରିକ, ଯୁବମୋର୍ଚାର ସଭାପତି ସୁଧୀର କୁମାର ମଲ୍ଲିକ, ଜିଲ୍ଲା ସମ୍ପାଦକ ରୂପକ ଖୁଣ୍ଟିଆ, ସରପଞ୍ଚ ତରୁଣ କୁମାର ଦାସ, ହାଜିପୁର ମଣ୍ଡଳ ସଭାପତି ଦୀପ୍ତି ପ୍ରାସାଦ ପରିଜା, ପୁରଣ ମଣ୍ଡଳ ସଭାପତି ଶୁଭ୍ରଜ୍ୟୋତି ସାହୁ, ରଘୁନାଥପୁର ମଣ୍ଡଳ ସଭାପତି ସ୍ୱରାଜ ସାମଲ, ଜୟପୁର ମଣ୍ଡଳ ସଭାପତି ବିନୋଦ ନାୟକ, ତିର୍ତୋଲ ମଣ୍ଡଳ ସଭାପତି ତ୍ରିନାଥ ବାରିକ, ସାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା,

ଜଗନ୍ନାଥ ପୁର ମଣ୍ଡଳ ସଭାପତି ଗଗନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l ବିଶେଷ କରି ଏହି ମିଶ୍ରଣ ପର୍ବରେ ବିଜେଡି ର ଶତାଧିକ କର୍ମୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଥିଲେ ଏଥିରେ ହଜାର ହଜାର ସଂଖ୍ୟାରେ ଭାଜପା ମହିଳା କର୍ମୀ, ଛାତ୍ର ଯୁବ କର୍ମୀ ସାମିଲ ହୋଇଥିଲେ l ଶେଷରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଧନ୍ୟବାଦ ଦେଇଥିଲେ l

No Result
View All Result