ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତ ଅନ୍ତର୍ଗତ ରlସୋଳ ଗ୍ରାମରେ ପି ଡି ଏସ ଚାଉଳ ସୁ-ବଣ୍ଟନ ନିମନ୍ତେ ରlସୋଳ ଗ୍ରାମବାସୀମାନେ ଗୁରୁବାରଦିନ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି ! ଗ୍ରାମବାସୀଙ୍କ ଅଭିଯୋଗ ସାନପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳରୁ ରାସୋଳ ଗ୍ରାମର ୱାର୍ଡ ନଂମ୍ବର ୧ ଓ ୨ର ଜନସାଧାରଣମାନେ P.D,S ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଉକ୍ତ ଅସୁବିଧାଗୁଡ଼ିକ ଯଥା ଗ୍ରାମଠାରୁ P.D.S ସେବା କେନ୍ଦ୍ରର ଦୂରତା କି.୩.୫ମି. ହୋଇଥିବାବେଳେ ଅସହାୟ କିମ୍ବା ନିସହାୟ ବୃଦ୍ଧ ଓ ବୃଦ୍ଧାମାନେ ଚାଲି କରି ଯାଉଅଛନ୍ତି ।















