ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୋମବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ସାଗର ଗାଆଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଉକ୍ତ ମାଟ୍ରିକ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ରବୀନ୍ଦ୍ର କୁମାର ବେହେରା ତୃତୀୟ ଭାଷା ପରୀକ୍ଷାର ଉତ୍ତର ଖାତା ନୋଡାଲ କେନ୍ଦ୍ରକୁ ପଠାଇ ସାରି ଅରଖପଲ୍ଲୀ ସ୍ଥିତ ନିଜ ବାସଗୃହକୁ ବାଇକ୍ ଯୋଗେ ଖୋର୍ଦ୍ଧା ଓ ନୟାଗଡକୁ ସଂଯୋଗ କରୁଥିବା 57 ନମ୍ବର ଜାତୀୟ ରାଜପଥରେ ଫେରୁଥିଲେ ।

ଅପରାହ୍ନ 2ଘଟିକା 45 ମିନିଟ୍ ସମୟରେ ଯାତୀୟ ରାଜପଥରୁ ଦକ୍ଷିଣ ପାର୍ଶ୍ୱକୁ ନିଜ ଗାଁ ଅଭିମୁଖେ ବୁଲିବାକୁ ଆରମ୍ଭ କରୁଥିବା ବେଳେ ହଠାତ୍ ପଛପଟୁ ଏକ ବାଇକ୍ ଧକ୍କା ଦେଇଥିଲା । ତେଣୁ ସେ ଚୁଡା ଗ୍ରାମ ଛକରେ ତଳେ ପଡ଼ିଯାଇଥିଲେ । ଫଳରେ ତାଙ୍କ ବାମ ଗୋଡର ଜଙ୍ଘ ଓ ଦୁଇ ହାତର କହୁଣି ଆଘାଟପ୍ରାପ୍ତ ହୋଇଥିଲା ।

ଚୁଡ଼ା ଗାଁର ସମାଜସେବୀ ବଂଶୀଧର ଜେନା ତାଙ୍କୁ ତଳୁ ଉଠାଇ ଅନ୍ୟ ଏକ ଗାଡ଼ିରେ ନିକଟସ୍ଥ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ଖବର ପାଇ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ତାଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସଞ୍ଜୟ ମନ୍ତ୍ରୀ,ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା ଓ ଉପରୋକ୍ତ ବିଦ୍ୟାଳୟର ଶିକ୍ଷକ ରାହାସ ବିଶୋଇ ପହଞ୍ଚି ଚିକିତ୍ସା ଅଧିକାରୀଙ୍କୁ ଦେଖାଇ ଚିକିତ୍ସା କରାଇଥିଲେ ।

ଇଞ୍ଜେକସନ ଦିଆଯିବ ପରେ କ୍ଷତ ସ୍ଥାନଗୁଡ଼ିକରେ ଔଷଧ ଲଗାଇ ପଟି ବନ୍ଧାଯାଇଥିଲା । ସନ୍ଧ୍ୟା 5ଟାରେ ଶାନ୍ତନୁ କୁମାର ତ୍ରିପାଠୀ, ସରୋଜିନୀ ନନ୍ଦ,ବିଜୟ କୁମାର ସାହୁ, ଆପର୍ତ୍ତି ଅଟ୍ଟ,ତପସ୍ଵିନୀ ବେହେରା ,ନିରଞ୍ଜନ ଚୌଧୁରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ବେଣୁ ଧର ପରିଡ଼ା ଶ୍ରୀ ବେହେରାଙ୍କୁ ସାକ୍ଷାତ କରିବାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ।














