ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ୧ରୁ ୧୯ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃମିଜନିତ ବିଭିନ୍ନ ଅନ୍ତଃନଳୀ ତଥା ପେଟରୋଗ ସଂକ୍ରମଣରୁ ସୁରକ୍ଷା ପାଇଁ ଆମ ରାଜ୍ୟ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ପାଳନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଫେବୃଆରୀ, ୨୦୨୦ରେ ପାଳନ କରାଯାଇଥିଲା । ଚଳିତ ସେପ୍ଟେମ୍ଵର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରେ ଶିଶୁ ଏବଂ ପିଲା ମାନଙ୍କୁ କୃମିନାଶନ ପାଇଁ ଆବଶ୍ୟକୀୟ ଔଷଧ ସେବନ କରାଯାଉଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ପହଞ୍ଚି ଶିଶୁ ଓ କିଶୋରୀମାନଙ୍କୁ କୃମିନାଶନ (ଡି-ଓ୍ୱର୍ମିଙ୍ଗ) ପାଇଁ ଔଷଧ ଖୁଆଉଛନ୍ତି ।

କୋଭିଡ୍-୧୯ ନିୟମାବଳୀର କଟକଣା ଜାରି ରହିଥିବାରୁ ଏବଂ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ହିତାଧିକାରୀ ମାନଙ୍କ ଘରେ ପହଞ୍ଚି ଯଥେଷ୍ଟ ସତର୍କତା ଅବଲଞ୍ଚନ କରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଶିଶୁ ଏବଂ କିଶୋର କିଶୋରୀ ମାନଙ୍କୁ ଔଷଧ ସେବନ କରାଉଛନ୍ତି । ଛୋଟ ଶିଶୁ ଏବଂ କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା ଦୂର କରିବା, ସ୍ୱାସ୍ଥ୍ୟରକ୍ଷା, ପୁଷ୍ଟିସାଧନ, ଶାରୀରିକ ଓ ମାନସିକ ବିକାଶ ଦିଗରେ ଡି-ଓ୍ୱର୍ମିଙ୍ଗ (କୃମିନାଶନ) ଏକ ପ୍ରମୁଖ କାର୍ଯ୍ୟକ୍ରମ । କାରଣ ଏହି ସମୟରେ ପିଲାମାନେ ଖାଲି ପାଦରେ ଚାଲିବା ଏବଂ ମାଟି ସଂସ୍ପର୍ଶରେ ଆସିବା ଦ୍ୱାରା ବିଭିନ୍ନ ପ୍ରକାର କୃମି ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ତେଣୁ ନିୟମିତ ଭାବେ ପିଲାମାନଙ୍କୁ ଔଷଧ ସେବନ ଦ୍ୱାରା ଡି-ଓ୍ୱର୍ମିଙ୍ଗ କରିବାର ଅତ୍ୟନ୍ତ ଆବଶ୍ୟକତା ଥାଏ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରଠାରୁ ତୃଣମୂଳ ସ୍ତର ପର୍ଯ୍ୟାନ୍ତ ତିନୋଟି ‘ଏ’ ଅର୍ଥାତ୍-ଅଙ୍ଗନବାଡ଼ି କର୍ମୀ, ଆଶା ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଦ୍ୱାରା ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ଏଥି ପାଇଁ ୧ରୁ ୩ ବର୍ଷ ବୟସର ଶିଶୁମାନଙ୍କୁ ଆଲ୍ବେନ୍ଡାଜୋଲ୍ ସସ୍ ପେନ୍ସନ୍ ଏବଂ ୪ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଆଲ୍ବେନ୍ଡାଜୋଲ୍ ବଟିକା ଖାଇବାକୁ ଦିଆଯାଉଛି । ପ୍ରକାଶ ଥାଉ କି, ମହିଳା, ଶିଶୁ, କିଶୋରୀ ଓ ଗର୍ଭବତୀମାନଙ୍କ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସେେ ପଫଞ୍ଚର ମାସରେ ସାରା ରାଜ୍ୟରେ ଆଇସିଡିଏସ୍ ପ୍ରକଳ୍ପ ଗୁଡ଼ିକରେ ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି ।

ଏହି ଅବସରରେ ମହିଳା ଓ ଶିଶୁମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉ ପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ସନ୍ତୁଳିତ ଖାଦ୍ୟ ପାଇଁ ସବୁଜ ପନି ପରିବା, ଶାଗ, ଅଣ୍ଡା, କ୍ଷୀର, ଡାଲିଜାତୀୟ ଶସ୍ୟ ଶରୀର ଆବଶ୍ୟକତା ଅନୁସାରେ ଉପଯୁକ୍ତ ପରିମାଣ ଖାଇବା ଉ ପରେ ଆଇସିଡିଏସ୍ କାର୍ଯ୍ୟକର୍ତ୍ତା ମାନେ ଜନସଚେତନତା ସୃଷ୍ଟି କରୁଛନ୍ତି । ସଂଯୋଗ କ୍ରମେ ଏହି ମାସରେ ମଧ୍ୟ ରାଜ୍ୟରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଥିବାରୁ କୋଭିଡ୍-୧୯ ନିୟମାବଳୀ ଅନୁ ପାଳନ ପୂର୍ବକ ବିଭିନ୍ନ ସୂଚନା, ଶିକ୍ଷା, ଯୋଗାେଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯଉଛି ।














