No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାନ୍ୟବର କୂଳାଧିପତିଙ୍କ ନିର୍ଦ୍ଦେଶ କ୍ରମେ କୁଳପତିଙ୍କ ଚୟନ ନିମନ୍ତେ ବିଶ୍ୱବିଦ୍ୟାଳୟ ପରିଚାଳନା ମଣ୍ଡଳୀର ଜଣେ ନିର୍ବାଚିତ ପ୍ରତିନିଧି ନିମନ୍ତେ ୨୪.୧୨.୨୦୨୫ରିଖ ଦିନ ବିଶ୍ୱବିଦ୍ୟାଳୟର ପରିଚାଳନା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଗୋପନୀୟ ବିବରଣୀରେ ଜଣେ ପ୍ରଫେସରଙ୍କର ନାମକୁ ସ୍ଥିର କରାଯାଇ କୁଳାଧିପତିଙ୍କ ନିକଟକୁ ପଠାଗଲା । ଉକ୍ତ ପରିଚାଳନା ମଣ୍ଡଳୀ ବୈଠକରେ କୁଳପତି ରହି ମଧ୍ୟ ଅନୁପସ୍ଥିତ ବୋଲି ନାମକୁ ମାତ୍ର ଦର୍ଶାଇଲେ । ନିଜ ଗାଡ଼ିରେ ଆଣି ଜଣେ ବରିଷ୍ଠ ମହିଳା ସଦସ୍ୟାଙ୍କ ଦ୍ୱାରା ବିରାଣୀରେ ଯେଉଁ ନାମକୁ ସ୍ଥିର କଲେ ଏବଂ ଅନ୍ୟମାନେ ସନ୍ଦେହ ଘେରରେ ରହିଲେ ।
ପରିଚାଳନା ମଣ୍ଡଳୀ ବୈଠକରେ ଉପସ୍ଥିତ ଅନ୍ୟ ସଭ୍ୟମାନେ ମଧ୍ୟ ଜାଣି ପାରିଲେ ନାହିଁ । କୁଳପତି ଅନ୍ୟମାନଙ୍କ ଦ୍ୱାରା ଆଗତ ପ୍ରଶ୍ନକୁ ଏଡ଼ାଇ ଗଲେ ଏବଂ ଚାପ ପକାଇ ସଂସ୍କୃତି ବିଭାଗର ଅଧିକାରୀମାନଙ୍କୁ ଲଗାଇ ସମସ୍ତଙ୍କୁ ଚୁପ୍ କରାଇଦେଲେ । ଏପରିକି ବର୍ତ୍ତମାନର କୁଳପତି ନିଜେ ଆଉଗୋଟେ ୩ବର୍ଷ କାର୍ଯ୍ୟକାଳର ପୁର୍ନରାବୃତ୍ତି କରିବାପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ କୁଳପତି ଚୟନ ପାଇଁ ପ୍ରତିନିଧି କିପରି ନିଜର ଜଣାଶୁଣା ଲୋକହେବେ ସେଥିପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭାଗର ଉଚ୍ଚକର୍ତ୍ତୁୁପକ୍ଷ ମାନଙ୍କୁ ନିଜପକ୍ଷକୁ ଆଣିବା ଏବଂ ନିଜ ସମର୍ଥନ ଆଦରିବା ପାଇଁ ବ୍ୟସ୍ତ ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୟୁଜିସି ନିୟମକୁ ଉଲ୍ଲଘନ କରି ଶିକ୍ଷକ ନିୟୁକ୍ତି କରିବା ଏବଂ ଶିକ୍ଷକ ମାନଙ୍କର ପଦୋନ୍ନତି କରି ବହୁ ବେନିୟମ କାର୍ଯ୍ୟ କରିଅଛନ୍ତି । କେହି କହିବାକୁ ନାହାନ୍ତି । ପ୍ରତିରୋଧ କରିବା ପାଇଁ ବିପକ୍ଷରେ କେହି ନଥିବାରୁ କୁଳପତି ଏବଂ ୩ବର୍ଷ ସମୟ ଅତିକ୍ରାନ୍ତ ପରେ ପଦବୀରେ ରହିଥିବା କୁଳସଚିବଙ୍କ ଦ୍ୱାରା ବହୁ ବେନିୟମ କାର୍ଯ୍ୟ ବିଶ୍ୱବିଦ୍ୟାଳୟରେ ହୋଇଅଛି । ବିଶ୍ୱବିଦ୍ୟାଳୟର ସ୍ୱୟଂଚାଳିତ କରଣ ଓ ରକ୍ଷଣାବେକ୍ଷଣ ବାବଦରେ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ବିପୁଳ ଅର୍ଥ ଆତ୍ମସାତ କରିଥିବା କଥାକୁ ଏଡ଼ାଇ ନ ଦିଆଯାଇପାରେ ।
ପଦବୀ ନଥାଇ ଅତିଥି ଅଧ୍ୟାପକ ଚୟନ କରାଯିବା କଥା ସବୁ ବେନିୟମ ନିଯୁକ୍ତି କରି ବିପୁଳ ଲାଂଚ ନେବା ଅଭିଯୋଗକୁ ଏଡ଼ାଇ ଦିଆଯାଇନପାରେ । ଏତଦ୍ ବ୍ୟତୀତ ବହୁ ବେନିୟମ କାର୍ଯ୍ୟରେ ବର୍ତ୍ତମାନର କୁଳପତି ସମ୍ପୃକ୍ତ । ଏହି ପରିପ୍ରେକ୍ଷିରେ ବର୍ତ୍ତମାନର କୁଳପତିଙ୍କ କାର୍ଯ୍ୟକାଳ ଚଳିତ ମାସ ୨୨ ତାରିଖରେ ଶେଷ ହେଉଥିବାରୁ ବର୍ତ୍ତମାନର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିୟମିତ କୁଳପତିଙ୍କ ଚୟନ ପର୍ଯ୍ୟନ୍ତ ରଖାଗଲେ କୁଳପତି ଚୟନକୁ ନିରପେକ୍ଷ କୁହାଯାଇପାରିବ ନାହିଁ ।
ପୂର୍ବବର୍ତ୍ତୀ ସମୟ ଅନୁଯାୟୀ ନିୟମିତ କୁଳପତି ଚୟନ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଦେବା ପାଇଁ ବୁଦ୍ଧିଜୀବିମାନେ ଦାବୀ କରୁଛନ୍ତି । ବର୍ତ୍ତମାନ ୧୬ ତାରିଖରେ ଇଂଟରଭିୟ୍ୟୁ କରି ନିଜର କେତେଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବରିଷ୍ଠ ସହାୟକ ଭାବେ ନିଯୁକ୍ତି ଦେବା ଲାଗି ବିଜ୍ଞାପନ ଦିଆଯାଇଛି ।

No Result
View All Result