No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅଭିମନ୍ୟୁ ସ୍ମୃତି ସଂସଦ ଭୁବନେଶ୍ୱରର ଗତ ଜାନୁଆରୀ ୨୫ତାରିଖ ମାଘ ସପ୍ତମୀ ଦିନ ପାଳିତ ହୋଇଥିବା ସୁବର୍ଣ୍ଣଜୟନ୍ତୀ ତଥା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୮୮ତମ ଜୟନ୍ତୀ ପାଳନର ସମୀକ୍ଷା ବୈଠକ ସଂସଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ସାଧାରଣ ସମ୍ପାଦକ ଖତୁ ଚରଣ ବିଶ୍ୱାଳ, ଡ. ରାମଚନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଜେନା, ନିରଞ୍ଜନ ଜେନା, ଲକ୍ଷ୍ମୀଧର ବେହେରା, ପ୍ରମେଶ କୁମାର ମହାନ୍ତି, ଡ. ଧୀରଜ ମହାପାତ୍ର ଓ ଯଶବର୍ଦ୍ଧନ ଶିବାନନ୍ଦ ପ୍ରମୁଖ ଯୋଗଦେଇ ବିଗତ ଅଭିମନ୍ୟୁ ସ୍ମୃତି ସଂସଦର ବାର୍ଷିକ କାର୍ଯ୍ୟକ୍ରମ ସଫଳତାର ସହିତ ସମାହିତ ହୋଇଥିବାରୁ ଏଥିନିମନ୍ତେ ସମସ୍ତ ସଭ୍ୟଙ୍କ ସହିତ ସାଧାରଣ ସମ୍ପାଦକ ଖତୁ ଚରଣ ବିଶ୍ୱାଳଙ୍କ ଉଦ୍ୟମ ନିମନ୍ତେ ସମସ୍ତଙ୍କୁ ସଭାପତି ଶ୍ରୀ ଶତପଥି ସାଧୁବାଦ ଜଣାଇଥିଲେ ।
ବିଦଗ୍ଧ କବିଙ୍କ ଶ୍ରାଦ୍ଧଦିବସ ଜୁନ୍ ୮ ତାରିଖରେ ପାଳନ ଅବସରରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଅନ୍ୟ ଏକ ଦିବସରେ ରାଜଧାନୀର ଏକ ପ୍ରମୁଖ ସଭାଗୃହରେ ବିଦଗ୍ଧ କବିଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଅଭିମନ୍ୟୁ ସଂଗୀତ ପରିବେଷଣ ସହିତ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଅଛି ।

No Result
View All Result