ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ପ୍ରଜାପିତା ବ୍ରହ୍ମ୍ଛା କୁମାରୀ ଇ୍ଵଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପକେନ୍ଦ୍ରରେ ବ୍ରହ୍ମ୍ଛା କୁମାରୀ ରଶ୍ମିତାଙ୍କ ଆବାହକତ୍ୱରେ ଶନିବାରଦିନ ୯୦ତମ ତ୍ରି୍ମୃତି ଶିବ ଜୟନ୍ତୀ ମହୋତ୍ସବ ବ୍ରହ୍ମ୍ଛା କୁମାରୀ ଆଶ୍ରମ ପରିସରରେ ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ରଣପୁର ବିଧାୟିକା ତଥା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ସମ୍ମାନିତ ଅତିଥିଭାବେ ବ୍ରହ୍ମା କୁମାରୀ ସବଜୋନର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା,

ରଣପୁର ବିଜେପି ମଣ୍ଡଳ ସଭାପତି ଜୟନ୍ତୀ କୁମାର ନାୟକ ,ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧlନ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରି ଥିଲେ ! ପୁରୀ ସବଜୋନରର ବରିଷ୍ଠ ରାଜ ଯୋଗୀ ବ୍ରହ୍ମା କୁମାର ଡାକ୍ତର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।ପରମାତ୍ମା ଶିବ ନିରାକାର ସର୍ବ ଶକ୍ତିବାନ ସାରା ସଂସାରର ନିୟାମକ ଭଗ୍ୟବିଧାତା ।

ଆମେ ଆମର ଅବିନାଶୀ ଜ୍ୟୋତି ଆତ୍ମାଗଣ ତାଙ୍କର ଅଂଶ ବିଶେଷ ତାଙ୍କୁ ସମର୍ପଣ ଭାବରେ ଧ୍ୟାନ କଲେ ତାଙ୍କର ଅମାପ ଶକ୍ତି ଓ ଦିବ୍ୟ ଗୁଣ ଆମ୍ଭ ଆତ୍ମାମାନଙ୍କୁ ପ୍ରାପ୍ତ ହେବ ଯାହା ଆମ୍ଭମାନଙ୍କ ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ପ୍ରେରଣା ଯୋଗାଇବl ସହିତ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ରାଜଯୋଗର ଧ୍ୟାନ ଓ ଆଧ୍ୟାତ୍ମିକ ଜ୍ଞାନର ଦର୍ଶନ ସମାଜକୁ ନୂତନ ଦିଗ ଦର୍ଶନ ଦେବ ଏଥିରେ ସନ୍ଦେହ ନାହିଁ ବୋଲି ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ ସମସ୍ତଙ୍କୁ ପରାମର୍ଶ ଦେଇଥିବାବେଳେ

ବ୍ରହ୍ମା କୁମାରୀ ଭଉଣୀମାନଙ୍କର ସମୟୋପଯୋଗୀ ନିଃସ୍ୱାର୍ଥ ସେବାର ସେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ବ୍ରହ୍ମା କୁମାରୀ ସବ୍ ଜୋନର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଆଶୀର୍ବାଦ ପ୍ରଦାନ କରିଦେଲେ ଓ ଶିବ ରାତ୍ରୀର ମହାଶପଥ ପାଠ ସମସ୍ତଙ୍କୁ କରାଇଥିଲେ ।
ଏହି ଅବସରରେ ଆଶ୍ରମ ପରିସର ମଧ୍ୟରେ ଏକ ତପସ୍ୟା ଧାମର ଶୁଭ ଶିଳାନ୍ୟାସ ବାଚସ୍ପତି ଶ୍ରୀମତୀ ପାଢ଼ୀ କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ କରିଥିଲେ ।















