ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଵୟଂ ସହାୟକ ଗୋଷ୍ଠୀ,କିଶାନ କ୍ରେଡିଟ ଲୋନ,ବିଭିନ୍ନ ସରକାରୀ ସ୍କିମ୍ ଋଣ , ପେନସନ ଓ ବ୍ୟକ୍ତିଗତ ଋଣ ପ୍ରଦାନ ମେଳା ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ମେଲଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଷ୍ଟେଟ ବ୍ୟାଙ୍କ କ୍ରେଡିଟ ଓ ଏନପିଏ ମୁଖ୍ୟ ପ୍ରବନ୍ଧକ ରାଜ କିଶୋର ସେଠୀ,

ଛଣଗିରି ଷ୍ଟେଟ ବ୍ୟାଙ୍କ ପରିଚାଳକ ସାର୍ଥକ ସାମନ୍ତରାୟ ଓ ବିପିସି ରଶ୍ମିତା ଇନ୍ଦ୍ରଜିତ ପ୍ରମୁଖ ଯୋଗଦେଇ ଋଣ ଗ୍ରହୀତା ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇ ସମାଜରେ ନିଜର ସ୍ଥିତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଏହି ଋଣ ଅର୍ଥ କୁ ସଠିକ୍ ବିନିଯୋଗ କରିବାକୁ ପରାମର୍ଶ ଦେବା ସହିତ ଋଣ ଅର୍ଥର ବିନିଯୋଗ ଓ ଆଦାୟ ସମ୍ପର୍କରେ ଉପସ୍ଥିତ ଋଣ ଗ୍ରହୀତା ମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଏସବିଆଇ ଶାଖା ଅଧିନସ୍ଥ ସମୁଦାୟ ୬୦ ଟି ବିଭିନ୍ନ ଋଣ ବାବଦକୁ ୩ କୋଟି ୭୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏହି ଋଣ ମେଳାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଗ୍ରାହକ ମାନେ ଉପସ୍ଥିତ ରହିଥିଲେ। ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବେଗୁନିଆ ରୁ ଅଜୟ କୁମାର ସେଠୀ ଫୋକସ୍ ପ୍ଲସ୍ ।