No Result
View All Result
ବେଲପଡ଼ା/କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉକୁଣୀ ସଚେତନତା ଓ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି ।

କୃମି ମୁକ୍ତ ଶିଶୁ ହେଉଛନ୍ତି ରୋଗ ମୁକ୍ତ ଶିଶୁ ତେଣୁ ୧ ବର୍ଷରୁ ୧୯ବର୍ଷର ସମସ୍ତ ଶିଶୁଙ୍କୁ ଆଲବେଣ୍ଡାଜୋଲ ବଟିକା ମାଗଣାରେ ସରକାରଙ୍କ ତରଫରୁ ଫେବୃଆରୀ୧୦ ତାରିଖ ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟର ୭୭ଜଣ ଛାତ୍ରଛାତ୍ରୀ ମାନଙ୍କୁ ବଟିକା ଖାଇବାକୁ ଦିଆଯାଇଥିଲା

ଏବଂ ଶିଶୁ ବାଟିକା ଛାତ୍ରଛାତ୍ରୀ ମାନଙ୍କୁ ଭିଟାମିନ ଏ ପ୍ରଦାନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସଚେତନତା ସଭାରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପରେ ନିକଟରେ ଜଣେ ଛାତ୍ର କିଭଳି ଉକୁଣୀ ପାଇଁ ମୃତ୍ୟୁବରଣ କରିଥିଲେ ତାରି ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ସଭାପରେ ଆଶାକର୍ମୀ ଗିରିଜା ଷାଣ୍ଢ ସମସ୍ତଙ୍କୁ ବଟିକା ଖୁଆଇଥିଲେ । ଏହି ସଭାରେ ପ୍ରଧାନଶିକ୍ଷକ ହରିଶଙ୍କର ସାହୁ,ଶିକ୍ଷକ ଅଲେଖ ବନଗୋଲା, ଭବାନୀ ମାଝୀ ଉପସ୍ଥିତ ଥିଲେ ।

No Result
View All Result