ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ବ୍ଲକ ଅନ୍ତର୍ଗତ ଲୋଧଚୂଆ ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ସଂଗଠନ"ର ୪ର୍ଥ ବାର୍ଷିକ ଉତ୍ସବ ପ୍ରାକ୍ତନ ଶିକ୍ଷକ ନବକିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଗୋପୀମୋହନପୁର ସ୍ଥିତ ଅଚିହ୍ନା ପରମ ହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜ ସେବୀ ତ୍ରିନାଥ ବିଶ୍ବାଳ,

ମୁଖ୍ୟବକ୍ତା ଭାବେ ପ୍ରଶନ୍ନ କୁମାର ରଥ, ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ସୁରେଶ ସ୍ବାଇଁ, ସରପଞ୍ଚଙ୍କ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ମୀନକେତନ ନାୟକ, କୈଳାସ ଚନ୍ଦ୍ର ସାହୁ,ନେତ୍ରାନନ୍ଦ ମହାନ୍ତି, ପୁରୁଷୋତ୍ତମ ନାୟକ,ବୈକୁଣ୍ଠନାଥ ସ୍ବାଇଁ, ଭଗବାନ ଇନ୍ଦ୍ରଜିତ ବଳିୟାର ସିଂହ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !

ଏହି ଅବସରରେ "ଲୟାଲ ୱେଲଫେୟାର ଫାଉଣ୍ଡେସନ"ର ସହଯୋଗରେ ବରିଷ୍ଠ ନାଗରିକମାନଙ୍କର ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ସଂଗଠନର ସମ୍ପାଦକ ନାରାୟଣ ଇନ୍ଦ୍ରଜିତ ବଳିୟାର ସିଂହ ବାର୍ଷିକ ବିବରଣୀ ପଠନ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ନୀତି ଗତ ଓ ନୈତିକ ଅଧିକାର ସଂମ୍ପର୍କରେ ଅବଗତ ସମସ୍ତଙ୍କୁ କରିବେଳେ ଅନୁଷ୍ଠାନର ଦୀର୍ଘ ସ୍ଥାୟୀ କାମନା କରିବା ସହ ପଞ୍ଚାୟତସ୍ତରରେ ଏହାକୁ ଶକ୍ତି ଶାଳୀ କରିବା ପାଇଁ ସୂଚନା ଦେଇଥିଲେ।

ବରିଷ୍ଠ ନାଗରିକମାନଙ୍କୁ ମିଳୁ ଥିବା ସରକାରୀ ସୁବିଧା ସମ୍ପର୍କରେ ବ୍ୟାପକ ସଚେତନତା କରିଥିଲେ ! ଏହି ଉତ୍ସବରେ ୬୦ ଜଣ ବୟୋ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରା ଯାଇଥିଲା ବେଳେ ୫୦ ଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ଥିଲା। ଏହି ମାଗଣା ସ୍ବାସ୍ଥ୍ୟ ଶିବିରକୁ ଡାକ୍ତର ଆସୁତୋଷ ପଣ୍ଡା ଓ ଫାଉଣ୍ଡେସନର ପରିଚାଳକ ରମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।ପରିଶେଷରେ ସର୍ବେଶ୍ଵର ସନସ୍ତଙ୍କୁ ସ୍ବାଇଁ ଧନ୍ୟବାଦ ଦେଇଥିଲେ l