ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀକ୍ଷେତ୍ର ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୃମୁ । ପବିତ୍ର ତୀର୍ଥ ପୁଷ୍ପରିଣୀ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ । ପିଣ୍ଡଦାନ ପରେ ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ରାଜ୍ଯ ଓ ଜିଲ୍ଲା ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯିବା ସହ ପୁରୀ ଏସପି ପ୍ରତୀକ ସିଂ ତ୍ବରିତ କ୍ଷେତ୍ର ପରିଦର୍ଶନ କରି ପୋଲିସ ସୁରକ୍ଷା ବ୍ଯବସ୍ଥାକୁ ସୁଦୃଢ କରିଛି ।

ସୋମବାର ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡିଆରେ ସମସ୍ତ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସତ୍ଯଜିତ ନାୟକ ପରାମର୍ଶ ଦେବା ସମୀକ୍ଷା କରିଥିଲେ । ଶ୍ରୀକ୍ଷେତ୍ରର ଚାରିଦିଗକୁ ପୋଲିସ ବଳୟ ଭିତରେ ରଖାଯିବ । ମଙ୍ଗଳାଘାଟ, ହରେକୃଷ୍ଣପୁର ଛକ, ଭୂଦାନ ଛକ ଓ ସମୁଦ୍ରକୂଳ ଅଞ୍ଚଳରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ୩ ତାରିଖ ମହାମହିମ ରାଷ୍ଟ୍ରପତି ହେଲିପ୍ୟାଡରେ ଅବତାରଣ କରିବା ପରେ କଡା ସୁରକ୍ଷା ବଳୟ ମଧ୍ଯରେ ଲୋକଭବନରେ ରାତ୍ରିଯାପନ କରିବେ । ୪ ତାରିଖ ସକାଳ ୬ଟାରୁ ଶେତ୍ବଗଙ୍ଗା ପୁଷ୍ପରିଣୀରେ ପିଣ୍ଡଦାନ କରିବେ ।















