• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରାସ୍ତାକଡ଼ରେ ପସରା ମେଲାଇଛନ୍ତି ପୁଟପାଥ୍‌ ରେଡ଼ିମେଡ଼ି ପୋଷାକ ବ୍ୟବସାୟୀ; ପାର୍ବଣରେ ଆର୍ଥୀକ ସ୍ଥିତି ସୁଧାରିବାକୁ ଆଶା- ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
September 23, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ରାସ୍ତାକଡ଼ରେ ପସରା ମେଲାଇଛନ୍ତି ପୁଟପାଥ୍‌ ରେଡ଼ିମେଡ଼ି ପୋଷାକ ବ୍ୟବସାୟୀ; ପାର୍ବଣରେ ଆର୍ଥୀକ ସ୍ଥିତି ସୁଧାରିବାକୁ ଆଶା- ହିଞ୍ଜିଳିକାଟୁ

??????

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :– ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବାରୁ ଦୀଘଁ ସାଢେ ୫ମାସରୁ ଉର୍ଦ୍ଧ୍ୱ ସମୟ ଧରି ରୋଜଗାର ହରାଇ ବସିଥିବା ରେଡ଼ିମେଡ଼ି ପୋଷାକର ପୁଟଫାଥ୍ ବ୍ୟବସାୟୀ ମାନେ ପାର୍ବଣ ସମୟରେ ଆର୍ଥୀକ ସ୍ଥିତି ସୁଧାରିବାକୁ ମନରେ ଆଶା ସଂଚାର କରିଛନ୍ତି । ରୋଜଗାର ହରାଇ ଭୋକ ଉପବାସରେ ଦିନ କାଟୁଥିବା ଫୁଟଫାଥ୍‌ ବ୍ୟବସାୟୀ ମାନେ ପୁଣି ଥରେ ଆର୍ଥୀକ ସ୍ଥିତି ମଜବୁତ କରିବା ସକାଶେ ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ସ୍ଥାନରେ ରାଜ୍ୟ ଓ ଜିଲ୍ଲା ବାହାରୁ ଆସିଥିବା ରେଡ଼ିମେଡ଼ି ପୋଷାକର ଫୁଟଫାଥ୍‌ ବ୍ୟବସାୟୀ ମାନେ ଗତ କିଛି ଦିନ ଧରି ସ୍ଥାନୀୟ ଅଂଚଳରେ ନିଜର ପସରା ମେଲାଇଛନ୍ତି । ପ୍ରତିଦିନ ରାସ୍ତା କଡ଼ରେ ବସି କମ୍ ମୂଲ୍ୟରେ ରେଡ଼ିମେଡ଼ି ପୋଷାକ ବିକ୍ରି କରୁଥିବା ଏଭଳି ବେପାରୀ ମାନଙ୍କ କରୋନା କଟକଣା ଯୋଗୁଁ ଜୀବିକା ସମ୍ପୁର୍ଣ୍ଣ ଠପ୍ ହୋଇ ଯାଇଥିଲା ।

ସେପ୍ଟମ୍ବର ପହିଲାରୁ ରାଜ୍ୟରେ ଅନଲକ-୪ କାର୍ଯ୍ୟକାରୀ କରାଯିବା ସହ କରୋନା କଟକଣାକୁ କୋହଳ କରାଯାଇଥିଲା । ଆର୍ଥୀକ ସ୍ଥିତିକୁ ସୁଦୃଢ ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ଲାଗି ସରକାର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଖୋଲିବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ଫଳରେ ରାସ୍ତା କଡ଼ରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଏଭଳି ବ୍ୟବସାୟୀ ମାନେ ଗତ କିଛି ଦିନ ଧରି ପୁଣି ଥରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି । ଆଗକୁ ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଭଲ ବ୍ୟବସାୟ ହେବା ସହ ଭଲ ୨ ପଇସା ରୋଜଗାର ହେବାରେ ଆଶା ରଖିଛନ୍ତି । ହିଞ୍ଜିଳିକାଟୁ ସହର ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହୋଇଥିବାରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ଜନ ସାଧାରଣ ବାଣିଜ କାରବାର ସକାଶେ ସ୍ଥାନୀୟ ସହର ଉପରେ ନିର୍ଭରଶୀଳ । ଏପରିକି ସୁଲଭ ମୁଲ୍ୟରେ ରେଡ଼ିମେଡ଼ି ପୋଷାକ କିଣିବା ସକାଶେ ସ୍ଥାନୀୟ ସହରକୁ ଆସିଥାନ୍ତି । ଏହାକୁ ଆଖି ଆଗରେ ରଖି ବାହାର ରାଜ୍ୟ ଓ ନିକଟସ୍ଥ ଜିଲ୍ଲାରୁ ବହୁ ଫୁଟଫାଥ୍ ବ୍ୟବସାୟୀ ସ୍ଥାନୀୟ ସହରକୁ ଆସି ନିଜ ନିଜର ପସରା ମେଲାଇ ଦେଇଥାନ୍ତି । କମ୍ ମୂଲ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ ସମେତ ସମସ୍ତ ବୟସର ଲୋକଙ୍କ ସକାଶେ ରେଡ଼ିମେଡ଼ି ପୋଷାକ ବିକ୍ରି କରିଥାନ୍ତି । ଚଳିତ ବର୍ଷ ମହାମାରୀ କରୋନା ବ୍ୟାପିବା ଯୋଗୁଁ କଟକଣା ଲାଗୁ କରାଯାଇଥିଲା ।

କଟକଣା କୋହଳ ପରେ ପୂଜା ବଜାରକୁ ଲକ୍ଷ୍ୟ ରଖି କଟକ, ପୂରୀ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶିଗଡ଼ ଅଂଚଳର କିଛି ଫୁଟପାଥ ବ୍ୟବସାୟୀ ଆସି ପସରା ମେଲାଇ ଦେବା ସହ ବେପାର ଜମାଇଛନ୍ତି । ସ୍ଥାନୀୟ ସହରର ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ ସମେତ ଘୋଡ଼ାହାଡ଼ ସେତୁ ନିକଟସ୍ଥ ଅଂଚଳ, ଖଣ୍ଡରା ଛକ, କଲେଜ ଛକ, ପେଟ୍ରୋଲ ପମ୍ପ ନିକଟସ୍ଥ ଅଂଚଳରେ ଫୁଟପାଥ ବ୍ୟବସାୟୀ ମାନେ ପସରା ମେଲାଇଛନ୍ତି । ୧ଶହ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ମଧ୍ୟରେ ବିଭିନ୍ନ ରକମର ପୋଷାକ ବିକ୍ରି କରାଯାଉଥିବା ଜଣାପଡ଼ିଛି । ବିଶେଷ କରି ନିକଟସ୍ଥ ଗ୍ରାମାଂଚଳର ଲୋକେ ଏଭଳି ପୋଷାକୁ କିଣି ନେଉଥିବା ନଜିର ରହିଛି । ପ୍ରତି ବର୍ଷ ଭଲ ବ୍ୟବସାୟ ହେଉଥିଲା । କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ମାର୍ଚ୍ଚ ମାସ ଠାରୁ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ପୂଜା ବଜାରରରେ ଭଲ ଦୁଇ ପଇସା ରୋଜଗାର ହେବ ବୋଲୀ ଫୁଟପାଥ ବ୍ୟବସାୟୀ ମାନେ ଆଶ ରଖିଛନ୍ତି । ଭଲ ବ୍ୟବସାୟ ହେଲେ ଲକଡ଼ାଉନ ସମୟରେ ହୋଇଥିବା ଖର୍ଚ୍ଚ ଭରଣାରେ କିଛିଟା ସହାୟକ ହୋଇ ପାରିବ ବୋଲି ସ୍ଥାନୀୟ ଅଂଚଳକୁ ଆସିଥିବା ୧୦ରୁ ଉର୍ଦ୍ଧ୍ୱ ଫୁଟପାଥ ବ୍ୟବସାୟୀ କହିଛନ୍ତି । (ହିଞ୍ଜିଳିକାଟୁ/ଶୁସାନ୍ତ ପ୍ରଧାନ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version